୩ୟ ସେମିଷ୍ଟାର ପରୀକ୍ଷାରେ କମ ମୂଲ୍ୟାୟନକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ କଲେଜର ଶତାଧିକ ଛାତ୍ର ଛାତ୍ରୀ

add-all

ମାଲକାନଗିରି (୨୮/୧୦) : ମାଲକାନଗିରି ମହାବିଦ୍ୟାଳୟ,ମଡେଲ ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ୩ର ତୃତୀୟ ସେମିଷ୍ଟାର ପରୀକ୍ଷାରେ ବ୍ରହ୍ମପୁର ୟୁନିଭେରସିଟିରେ ଯାଞ୍ଚ ହୋଇଥିବା ପରୀକ୍ଷାଗୁଡିକରେ ମେଧାବୀ ଛାତ୍ରଛାତ୍ରୀମାନେ ପ୍ରତ୍ୟେକ ପାଠ୍ୟକ୍ରମରେ ମାତ୍ର ୧ କିମ୍ବା ୨ନମ୍ବର ଆଣିଛନ୍ତି। ଏପରିକି କିଛି ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ପରେ ମଧ୍ୟ ସେମାନେ ଅନୁପସ୍ଥିତି ରହିଥିବା ଦର୍ଶାଇଥିବା ଜଣାପଡ଼ିଛି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ତେବେ ଏନେଇ ମହାବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ଆଜି ଏକ ଆନ୍ଦୋଳନ କରିବା ନେଇ ଛାତ୍ରଛାତ୍ରୀ ପ୍ରସ୍ତୁତ ହେଉଥିବା ବେଳେ ପୁଲିସ ଏନେଇ ଅନୁମତି ଦେଇନଥିଲା। ଫଳରେ ଦୁଇଟି କଲେଜ ଶତାଧିକ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ କଲେଜ ଠାରୁ ଏକ ବିରାଟ ଶୋଭାଯାତ୍ରା ରେ ଜିଲ୍ଲା ପାଳଙ୍କ କାର୍ଯ୍ୟଳୟ କୁ ଆସିଥିଲେ।ଜିଲ୍ଲାପାଳ ଗସ୍ତ ରେ ଯାଇଥିବାରୁ ଅତିରିକ୍ତଜିଲ୍ଲା ପାଳ ସୋମନାଥ ପ୍ରଧାନ ଙ୍କୁ ଭେଟି ଏହି ସମସ୍ୟା ସଂପର୍କରେ ଅବଗତ କରାଇବା ସହ ଏକ ଦରଖାସ୍ତ ଦେଇଥିଲେ।ପରେ ଅତିରିକ୍ତ ଜିଲ୍ଲାପାଳ ୟୁନିଭେରସିଟି ସହ ଆଲୋଚନା କରି ଆସନ୍ତା ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସାତ ଦିନ ମଧ୍ୟରେ ମାର୍କ ପୁନ୍ନନିର୍ଦ୍ଦାରଣ କରା ନଗଲେ ଆଗାମୀ ଦିନରେ ଛାତ୍ରଛାତ୍ରୀ ଆନ୍ଦୋଳନା କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ad-week
Leave A Reply

Your email address will not be published.