ଶିମିଳିପାଳରେ ମହାରାଷ୍ଟ୍ରର ବାଘୁଣୀ

add-all

ବାରିପଦା: ମହାରାଷ୍ଟ୍ରର ତାଡୋବା-ଅନ୍ଧାରୀ ଟାଇଗର ରିଜର୍ଭରୁ ଆସିଥିବା ବାଘୁଣୀକୁ ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର କୋର୍ ଅଞ୍ଚଳର ଏକ ଏନକ୍ଲୋଜରରେ ଛାଡି ଦିଆଯାଇଛି।

ଟ୍ରାନ୍ସଲୋକେସନ୍ ପ୍ରୋଜେକ୍ଟ ଅଧୀନରେ ୧୦୦୦ କିଲୋମିଟରରୁ ଅଧିକ ରାସ୍ତା ଅତିକ୍ରମ କରି ପ୍ରାୟ ୩୬ ଘଣ୍ଟାର ଯାତ୍ରା ପରେ ବାଘୁଣୀ ରବିବାର ଓଡିଶାରେ ପହଞ୍ଚିଥିଲା।

୨.୫ ବର୍ଷୀୟ ବାଘୁଣୀକୁ ଆଜି ସକାଳେ ପ୍ରାୟ ଦୁଇ ହେକ୍ଟର ସଫ୍ଟ-ଏନକ୍ଲୋଜରରେ ଛାଡି ଦିଆଯାଇଥିଲା। ଏହାର ନାମ ଯମୁନା ରଖାଯାଇଛି। ବ୍ୟାଘ୍ର ସଂରକ୍ଷଣରେ ଛଡାଯିବା ପୂର୍ବରୁ ତାକୁ ପ୍ରାୟ ସାତ ଦିନ ସେଠାରେ ରଖାଯିବ” ବୋଲି କହିଛନ୍ତି ବନ୍ୟଜନ୍ତୁ ସଂରକ୍ଷଣକାରୀ ମୁଖ୍ଯ ସୁଶାନ୍ତ ନନ୍ଦ।

ତେବେ ଜେନେଟିକ୍ ଇନବ୍ରିଡିଂକୁ ରୋକିବା ସହ ଶିମିଳିପାଳରେ ମହାବଳ ବଂଶ ବିସ୍ତାର ପାଇଁ ବନବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି।

ad-week
Leave A Reply

Your email address will not be published.