
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନେ ଆଜି ଏକ ରାଲି ମାଧ୍ୟମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିବା ସହ ତାଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତିା ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ବର୍ତମାନ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନେ ପ୍ରତିଦିନ ୧୨ ଘଂଟା କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ମାତ୍ର ୮ ଘଂଟାର ଦରମା ପ୍ରଦାନ କରା ଯାଉଛିା ଏଥିସହ ଆଜକୁ ପ୍ରାୟ ୧୦ ବର୍ଷରୁ ଉର୍ଧ ହେଲା ଏହି ଆମ୍ବୁଲାନ୍ସ କର୍ମଚାରୀ ମାନେ ଚୁକ୍ତିଭିତିକ ଭାବେ କାର୍ଯ୍ୟ କରି ଆସୁଛନ୍ତିା ତାଙ୍କ ଚାକିରିକୁ ସ୍ଥାୟୀ କରିବା ପାଇଁ ବହୁବାର ରାଜ୍ୟ ସରକାରଙ୍କୁ ଦାବି କରିଆସୁଥିଲେ ମଧ୍ୟ ତାଙ୍କୁ ସ୍ଥାୟୀ ନିଯୁକ୍ତି ଦିଆ ଯାଇନାହିାଁ ମାଲକାନଗିରି ଜିଲ୍ଲାର ପ୍ରାୟ ୨୦୦ ଜଣ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଜଇନିଙ୍ଗି ରିପୋର୍ଟ ପ୍ରଦାନ କରିନାହିଁ ଉକ୍ତ ନୁତନ କମ୍ପାନୀ। ଫଳରେ ସେମାନେ ନିଜ କାର୍ଯ୍ୟ ସୁଚାରୁ ରୁପେ କରୁଥିବା ସତ୍ୱେ ସେମାନଙ୍କୁ ଜଇନିଙ୍ଗ ରିପୋର୍ଟ ଦିଆ ଯାଇନାହିାଁ ତେଣୁ ରାଜ୍ୟ ସରକାର ତୁରନ୍ତ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ୧୨ ଘଂଟା କାର୍ଯ୍ୟର ଦରମା ପ୍ରଦାନ କରନ୍ତୁ, ନଚେତ୍ ସେମାନଙ୍କ କା ର୍ଯ୍ୟକୁ ସ୍ଥାୟୀ ଘୋଷଣା କରାଯାଉ, ୨୦୦ ଜଣ ଆମ୍ବୁଲାନ୍ସ କର୍ମଚାରୀଙ୍କ ଜଇନିଙ୍ଗ ରିପୋର୍ଟ ତୁରନ୍ତ ପ୍ରଦାନ କରା ଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛିା ରାଜ୍ୟ ସରକାର ପଦ କ୍ଷେପ ଗ୍ରହଣ ନ କଲେ ଆଗାମୀ ୩୦ ଓ ୩୧ ତାରିଖ ଦିନ ଠାରୁ ଜିପିଏସ ବନ୍ଦ କରି ଗାଡି ଚଳାଇବା ସହ ଆସନ୍ତା ନଭେମ୍ବର ୧ ତାରିଖରୁ କାଯ୍ୟ ବନ୍ଦ ଡାକରା ଦେବେ ବୋଲି ଚେତାବନୀ ଦେଇଛନ୍ତିା