ରାଜ୍ୟ ସ୍ତରୀୟ ନେଟ୍ ବୋଲ ପ୍ରତିଯୋଗିତା : ଭାଗ ନେବାପାଇଁ ନବରଙ୍ଗପୁର ର ୧୭ ବର୍ଷ ରୁ କମ୍ ବାଳକ ଦଳ …

add-all

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ୧୭ ବର୍ଷ ରୁ କମ୍ ବାଳକ ବିଭାଗର ନେଟ୍ ବୋଲ ଦଳ ଆଜି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବାପାଇଁ ,କଟକ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।ଏହି ଦଳରେ ସମୁଦାୟ ୧୨ ଜଣ ଛାତ୍ର ଙ୍କ ସହ ମେନେଜେର ଭାବେ ମନୋଜ ପୂଜାରୀ ଶାରୀରିକ ଶିକ୍ଷା ଶିକ୍ଷକ ଗସ୍ତ କରିଛନ୍ତି। ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ତା୬-୧୧-୨୪ରିଖ ରୁ ତା୮-୧୧-୨୪ରିଖ ଯାଏଁ କଟକର ସରକାରୀ ପୋଲିସ୍ ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହେବ। ପ୍ରକାଶ ଥାଉକି ନବରଙ୍ଗପୁର ଜିଲ୍ଲା ର ଏହି ଦଳ ତା୨-୧୧-୨୪ରିଖ ରେ ଚୟନ ହେବାପରେ ୩ଦିନ ଧରି ସରକାରୀ ଲାଲ ବାହାଦୁର ଉଚ୍ଚ ବିଦ୍ୟାଳୟ ପାପଡାହାଣ୍ଡି ଠାରେ ପ୍ରଶିକ୍ଷଣ ନେଇଥିଲେ।ଲାଲ ବାହାଦୁର ଉଚ୍ଚ ବିଦ୍ୟାଳୟ ର ଶାରିରୀକ ଶିକ୍ଷା ଶିକ୍ଷକ ଶ୍ରୀ ମନୋରଞ୍ଜନ ପ୍ରହରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରଶିକ୍ଷଣ ଶିବିର ସଫଳତା ର ସହ ସମାପନ ହୋଇଛି। ଜିଲ୍ଲା ଦଳକୁ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଛତ୍ରପତି ସାହୁ,ଭାରପ୍ରାପ୍ତ ଶାରିରୀକ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଭାତ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ଏହି ପ୍ରଶିକ୍ଷଣ ଶିବିର ରେ ସୁଶାନ୍ତ ବଳ,ମନୋଜ ପ୍ରଧାନ, ହେମନ୍ତ ସାମଲ,ବିଭାସି ଦେ, ପ୍ରିୟରଞ୍ଜନ ପ୍ରଧାନ, ସ୍ୱାଗତ ମୁଣ୍ଡ ଓ ଦିଲ୍ଲୀପ ଭଞ୍ଜ ପ୍ରମୁଖ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.