ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଗଠନ ଉଦ୍ଦେଶ୍ୟରେ ଵ୍ରହ୍ମପୁର ଠାରେ ମେଳା ଅନୁଷ୍ଠିତ

add-all

ଵ୍ରହ୍ମପୁର: ଆଜି ଵ୍ରହ୍ମପୁର ସ୍ଥିତ ସୁଭମ ସେଲେବ୍ରେସେନ ଠାରେ ସ୍ଥାନୀୟ ରୋଟାରୀ କ୍ଲବ ଓ ଭୁବନେଶ୍ୱର କେରିଅର ମ୍ୟାପ ସଂଘଟିତ ଭାବେ ଛାତ୍ର ଛାତ୍ରୀ ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ମେଳାରେ ୯,୧୦୧୧,୧୨ କକ୍ଷର ଛାତ୍ର ଛାତ୍ରୀ ଏବଂ ସ୍ନାତକ ସହିତ ସ୍ନାତକୋତ୍ତର ବିଦ୍ୟାର୍ଥୀ ପାଇଁ ହୋଇଥିଲା। ଏହି ମେଳାକୁ ରଙ୍ଗେଇଲୁଣ୍ଡା ଖଣ୍ଡ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ବେହେରା, ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଜଜ୍ଞାତି ମହାପାତ୍ର, କେରିଅର ମ୍ୟାପର ସ୍ଥାପକ ଯଶୋବନ୍ତ ନାରାୟଣ ସିଂଲାଲ,ରୋଟାରି କ୍ଳବ ଅଧକ୍ଷ ଆର. ଏଲ ତରୁଣ, ସଚିବ କେଭିଜି ରବି ଏବଂ ଇଭେଣ୍ଟ ଚେୟାରମ୍ୟାନ ସର୍ଥକଙ୍କ ଉପସ୍ଥିତରେ ଉଦଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଓ ରାଜ୍ୟ ସ୍ତରର ୨୫ଟି ବିଶ୍ୱବିଦ୍ୟାଳୟ ଏଥିରେ ଅଂଶଗ୍ରହଣ କରିଥିଲେ। ଯେଉଁ ଠାରେ ଛାତ୍ରଙ୍କ ଅଭିଭାବକ ସମ୍ପୃକ୍ତ ବିଷୟରେ ଏବଂ ପାଠ୍ୟକ୍ରମର ବିଭିନ୍ନ ଆବେଦନ ପ୍ରକ୍ରିୟା, ପ୍ରବେଶ ପରୀକ୍ଷା ଏବଂ କେରିଅର ସମ୍ଭାବନା ସନ୍ଧାନ କରିଥିଲେ। ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ ହେଲା ଛାତ୍ର ଛାତ୍ରୀ ମାନଙ୍କ ପାଇଁ କେରିଅରଚୟନ ପ୍ରକ୍ରିୟାକୁଏକ ମଞ୍ଚ ପ୍ରଦାନ କରିବା, ଯାହା କେରିଅର ଯାତ୍ରାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ।

ad-week
Leave A Reply

Your email address will not be published.