ସହର ସ୍ଥିତ ଗୌଶିକ ଫିଟନେସ ପାର୍କ ଜିମ ର ଦ୍ଵିତୀୟ ବାର୍ଷିକି ଉତ୍ସବ ଅନୁଷ୍ଠିତ : ଯୋଗଦେଲେ ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର…

add-all


ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ପ୍ରଖ୍ୟାତ ଜିମ୍ ଗୌସିକ ଫିଟନେସ ପାର୍କର ନୂତନ ଜିମ୍ ର ଦ୍ୱିତୀୟ ପ୍ରତିଷ୍ଠା ଦିବସ ମହାଆଡମ୍ବରରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ମହେଶ୍ବର ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ନବରଙ୍ଗପୁର ତହସିଲଦାର ଶ୍ରୀ କୈଳାସ ଚନ୍ଦ୍ର ତ୍ରିପାଠୀ, ବିଶିଷ୍ଟ ବ୍ୟବସାୟୀ ତଥା ତ୍ରିପାଠୀ ବସ୍ ର ମାଲିକ ଶ୍ରୀ ପ୍ରକାଶ ତ୍ରିପାଠୀ, ନନ୍ଦିଘୋଷ ବ୍ୟୁର ଚିଫ୍ ଶ୍ରୀ ହୃଷିକେଶ ମିଶ୍ର, ବିଶିଷ୍ଟ ବ୍ୟବସାୟୀ ଶ୍ରୀ ବିଭୁତି ଭୂଷଣ ଲେଙ୍କା ଏବଂ ବୋଡି ବିଲ୍ଡିଂ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିତ୍ୱ ଶ୍ରୀ ମୃତ୍ୟୁଞ୍ଜୟ ଦାସ ଯୋଗ ଦେଇଥିଲେ। ସମସ୍ତ ମୂଖ୍ୟ ଏବଂ ସମ୍ମାନୀୟ ଅତିଥି ମାନେ ଜିମ୍ ବିଷୟରେ ନିଜର ବ୍ୟକ୍ତବ୍ୟ ଦେବା ସହ ଜିମ୍ ର ମୁଖ୍ୟ ଶ୍ରୀ ଲଲାଟେନ୍ଦୁ ପାତ୍ରଙ୍କ ସଫଳତାକୁ ନେଇ ବହୁ ପ୍ରଶଂସା କରିଥିଲେ। ଜିମ୍ ର ଏହି ବହୁ ପ୍ରତୀକ୍ଷିତ ଦିନକୁ ସମସ୍ତ ଅତିଥି ଏବଂ ଜିମ୍ ର ସଦସ୍ୟ ମାନେ କେକ୍ କାଟି ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନାର ଦାୟିତ୍ୱ ଶ୍ରୀ ବିକ୍ରମ ଦାଶ ନିର୍ବାହ କରିଥିଲେ। ପରିଶେଷରେ ସମ୍ମାନୀୟ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ତହସିଲଦାର ଜିମ୍ ବୁଲି ଦେଖିବା ସହ ବିଭିନ୍ନ ଜିମ୍ ଉପକରଣରେ ବ୍ୟାୟାମ ମଧ୍ୟ କରିଥିଲେ।

ad-week
Leave A Reply

Your email address will not be published.