ହମାସ ନେତାଙ୍କୁ ଦେଶ ଛାଡ଼ିବାକୁ କାତାରର ନିର୍ଦେଶ

add-all

ନୂଆଦିଲ୍ଲୀ : କାତାରରେ ଆତ୍ମଗୋପନ କରୁଥିବା ଆତଙ୍କବାଦୀ ସଂଗଠନ ହମାସର ନେତାମାନଙ୍କୁ ଦେଶ ଛାଡ଼ି ଚାଲିଯିବାକୁ ନିର୍ଦେଶ ମିଳିଛି। ହମାସକୁ ସମର୍ଥନ ନ କରିବାକୁ ଆମେରିକାର ନିର୍ଦେଶ ପରେ ଚାପରେ ଆସି କାତାର ଏଭଳି ନିଷ୍ପତ୍ତି ନେଇଛି।
ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଯୋଗୁ ଅନେକ ହମାସ ନେତା ନିପାତ ହୋଇଛନ୍ତି। ସେହି ଭୟରେ ହମାସର ବହୁ ନେତା କାତାର ଚାଲିଯାଇ ସେଠାରେ ଆତ୍ମଗୋପନ କରୁଛନ୍ତି। ସେପଟେ ଯୁଦ୍ଧ ବିରତି ଏବଂ ପଣବନ୍ଦୀ ଥିବା ନାଗରିକଙ୍କୁ ଛାଡ଼ିବାକୁ ବାରମ୍ବାର ପ୍ରସ୍ତାବ ଦିଆଯିବା ସତ୍ବେ ହମାସ ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଛି। ଯାହାଫଳରେ ଆମେରିକା ପକ୍ଷରୁ ଲଗାତର କାତାର ସହ ଯୋଗାଯୋଗ କରାଯାଇ ଏହାର ବିରୋଧ କରାଯାଇଆସୁଛି। ଏହା ଗ୍ରହଣୀୟ ନୁହେଁ ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ପଣବନ୍ଦୀଙ୍କୁ ଛାଡ଼ିବା ଲାଗି ଆମେରିକାର ଏକାଧିକ ପ୍ରସ୍ତାବକୁ ଖାରଜ କରିଥିବା ସଂଗଠନର ନେତାମାନଙ୍କୁ ମିତ୍ର ରାଷ୍ଟ୍ର ସ୍ଵାଗତ କରିବା ଅନୁଚିତ ବୋଲି ଆମେରିକାର ଜଣେ ଅଧିକାରୀ କହିଛନ୍ତି।

ad-week
Leave A Reply

Your email address will not be published.