କରୋନା ପାଣ୍ଠିରେ ହେରଫେର: ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ବିରୋଧରେ ଚାଲିବ ତଦନ୍ତ

add-all

ବେଙ୍ଗାଲୁରୁ : କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ୟୁରପ୍ପାର ଓ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ବି ସିରାମୁଲୁଙ୍କ ଅଡ଼ୁଆ ବଢ଼ିଛି। କୋଭିଡ ୧୦ ପାଣ୍ଠି ହେରଫେର ଅଭିଯୋଗ ଘଟଣାରେ ଉଭୟଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ମାଇକେଲ ଡିଚୁନା କମିଶନ ପ୍ରସ୍ତାବ ଦେଇଛନ୍ତି। ୟେଦ୍ୟୁରପ୍ପା ଓ ସିରାମୁଲୁଙ୍କ ବିରୋଧରେ ଦୁର୍ନୀତି ନିରୋଧ ଆଇନର ଧାରା ୭ ଅନୁସାରେ ବିଚାର ପ୍ରକ୍ରିୟା ଜାରି ରଖିବାକୁ କମିଶନ କହିଛନ୍ତି।
କରୋନା ମହାମାରୀ ବେଳେ ଚାଇନିଜ କମ୍ପାନୀ ଠାରୁ କର୍ଣ୍ଣାଟକାର ତତ୍କାଳୀନ ବିଜେପି ସରକାର ୩ ଲକ୍ଷ ପିପିଇ କିଟ ଆଣିଥିଲେ। ଏଥିରେ ବ୍ୟାପକ ହେଫେର ହୋଇଥିବା ଅଭିଯୋଗ ହୋଇଥିଲା
ଏହାର ତଦନ୍ତ ଜଷ୍ଟିସ ମାଇକେଲଙ୍କ ନେତୃତ୍ୱାଧୀନ କମିଶନ କରିଥିଲେ। କମିଶନ ପକ୍ଷରୁ ଅଗଷ୍ଟ ୩୧ରେ କର୍ଣ୍ଣାଟକା ସରକାରଙ୍କୁ ରିପୋର୍ଟ ଦିଆଯାଇଛି। ଏଥିରେ ୟେଦ୍ୟୁରପ୍ପା ଓ ସିରାମୁଲୁଙ୍କ ବିରୋଧରେ ମାମଲା ଜାରି ରଖିବାକୁ କୁହାଯାଇଛି।
ରିପୋର୍ଟ ଅନୁସାରେ, ୟେଦ୍ୟୁରପ୍ପାଙ୍କ ନେତୃତ୍ୱାଧୀନ ବିଜେପି ସରକାର ୨୦୨୦ ମସିହା ମାର୍ଚ୍ଚରେ ବିପୁଳ ପରିମାଣର ପିପିଇ କିଟ, ମେଡିସିନ ଓ ମେଡିକାଲ ଉପକରଣ ଆମଦାନୀ କରିବାକୁ ଅନୁମତି ଦେଇଥିଲେ। ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ସାମଗ୍ରୀ ଚାଇନିଜ କମ୍ପାନର ଡିଏଚବି ଗ୍ଲୋବାଲ ଓ ବିଗ ଫାର୍ମାସ୍ୟୁଟକାଲ୍ସ ଠାରୁ ଅଣାଯାଇଥିଲା। ସ୍ଥାନୀୟ କମ୍ପାନୀ ସମାନ ଜିନିଷ ପାଇଁ କମ ଟଙ୍କା ନେଉଥିବା ବେଳେ ବିଜେପି ସରକାର ଅଧିକ ଟଙ୍କାରେ ଚାଇନିଜ କମ୍ପାନୀ ଠାରୁ ଏହାକୁ କିଣିଥିଲେ।
ଅଧିକାରୀମାନେ ସେତେବେଳେ ଯୁକ୍ତି କରିଥିଲେ ଯେ ସ୍ଥାନୀୟ କମ୍ପାନୀଗୁଡ଼ିକ ଆବଶ୍ୟକତା ପୂରଣ କରିପାରିବେ ନାହିଁ। କିନ୍ତୁ ରେକର୍ଡ କହୁଛି ପ୍ଲାଷ୍ଟି ସର୍ଜ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିଃ ଭଳି କମ୍ପାନୀଗୁଡ଼ିକ ପିପିଇ କିଟର ଦାମ ୩୩୦.୪୦ ଟଙ୍କା ରଖିଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ଏହା ୭୨୫ ଟଙ୍କାରେ ପହଞ୍ଚିଥିଲା। କିନ୍ତୁ ଡିଏବି ଗ୍ଲୋବାଲ ଗୋଟିଏ ପିପିଇ କିଟକୁ ପ୍ରାୟ ୨୧୧୭.୫୩ ଟଙ୍କାରେ ବିକ୍ରି କରିଥିଲା। ରିପୋର୍ଟରେ କୁହାଯାଇଛି ଯେ କର୍ଣ୍ଣାଟକା ରାଜ୍ୟ ମେଡିକାଲ ସପ୍ଲାଏ କର୍ପୋରେସନ ଲିଃ(କେଏସଏମଏସ୍‌ସିଏଲ) ପ୍ରତିଯୋଗିତା ମୂଳକ ବିଡିଂକୁ ବାଇପାସ୍‌ କରି ସିଧାସଳଖ ଜିନିଷ ପାଇଁ ଅର୍ଡର ଦେଇଥିଲା। ଏହି ଆଭିମୁଖ୍ୟକୁ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ସିରାମୁଲୁ ସମର୍ଥନ କରିଥିଲେ।
ସ୍ଥାନୀୟ ଅଞ୍ଚଳରେ ପିପିଇ କିଟର ଦାମ ୪୦୦ରୁ ୧୪୪୪.୮୦ ଟଙ୍କା ରହିଥିଲେ ହେଁ ଅଧିକାରୀମାନେ ଅଧିକ ଦାମରେ ବିଦେଶରୁ ଏହାକୁ କିଣିଥିଲେ। ଏହା ଦ୍ୱାରା ରାଜ୍ୟ ରାଜକୋଷକୁ ୬୭,୬୯,୦୦୦ ଟଙ୍କା କ୍ଷତି ପହଞ୍ଚିଥିବା ଅଭିଯୋଗ ହୋଇଛି।
ଏହାବାଦ ବାକି ମେଡିକାଲ ଉପକରଣରେ ହୋଇଥିବା ହେରଫେର ଯୋଗୁ ୧୫୦ କୋଟି ଟଙ୍କାର ଆତ୍ମସାତ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା।
ତଦନ୍ତ ପରିସର ଭୁକ୍ତ ପାଇଁ କମିଶନ ପ୍ରସ୍ତାବ ଦେଇଥିବାରୁ ଏହା ଉପରେ ବିଏସ ୟେଦ୍ୟୁରପ୍ପା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, “କୋଭିଡ ସମ୍ପର୍କିତ କିଣାକିଣିକୁ ନେଇ ବ୍ୟସ୍ତ ହେବାର କୌଣସି କାରଣ ନାହିଁ।
କାରଣ ଆମେ ସବୁ ପ୍ରକାରର କାମ ଆଇନଗତ ଉପାୟରେ କରିଥିଲୁ। ସେମାନଙ୍କ ପଦକ୍ଷେପ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ। ମୁଁ କୌଣସି ଭୁଲ କରି ନାହିଁ। ଯେକୌଣସି ତଦନ୍ତ ସତ୍ୟର ଉନ୍ମୋଚନ କରିବ। କଂଗ୍ରେସ କେବଳ ଅତୀତକୁ ଖୋଳିବାକୁ ଲାଗିଛି।”

ad-week
Leave A Reply

Your email address will not be published.