ମହାରାଷ୍ଟ୍ର ପାଇଁ ବିଜେପିର ପ୍ରତିଶ୍ରୁତି ପତ୍ର: ଫୋକସରେ ଚାଷୀ ଓ ମହିଳା

add-all

ମୁମ୍ବାଇ : ଆସନ୍ତା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ପକ୍ଷରୁ ଇସ୍ତାହାର ବା ପ୍ରତିଶ୍ରୁତି ପତ୍ର ଜାରି କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିଜେପିର ନିର୍ବାଚନୀ ଇସ୍ତାହାରକୁ ସାର୍ବଜନୀନ କରିଛନ୍ତି। ମୁମ୍ବାଇରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦଳ ତୁଙ୍ଗ ନେତାମାନେ ଉପସ୍ଥିତ ରହିଥିଲେ। ଇସ୍ତାହାରରେ ବିଜେପି ଚାଷୀ ଓ ମହିଳାଙ୍କୁ ଫୋକସରେ ରଖିଛି।
ବିଜେପି ତା’ର ଇସ୍ତାହାର ବା ସଂକଳ୍ପପତ୍ରରେ କହିଛି ଯେ ଆସନ୍ତା ୫ ବର୍ଷ ମଧ୍ୟରେ ମହାରାଷ୍ଟ୍ର ମରୁଡ଼ି ମୁକ୍ତ ହେବ। ପଶ୍ଚିମାଞ୍ଚଳରେ ପ୍ରବାହିତ ହେଉଥିବା ନଦୀଗୁଡ଼ିକରୁ ୧୬୭ ଟିଏମସି ଜଳ ମରୁଡ଼ି ପ୍ରଭାବିତ ମରାଠାୱାଡା ଓ ଉତ୍ତର ମହାରାଷ୍ଟ୍ରକୁ ଗୋଦବରୀ ଦେଇ ଛଡ଼ା ଯିବ। ପଶ୍ଚିମ ବିର୍ଦ୍ଦଭାର ମରୁଡ଼ି ସମସ୍ୟାକୁ ଦୂର କରିବା ପାଇଁ ୱଇନଗଙ୍ଗା ନଦୀର ଜଳକୁ ବ୍ୟବହାର କରାଯିବ।
ମୌସୁମୀ ବେଳେ କ୍ରିଷ୍ଣା, କୋୟାନା ଓ ଅନ୍ୟ ନଦୀ ଗୁଡ଼ିକରେ ଅଧିକ ଜଳ ପ୍ରବାହିତ ହେଉଛି। ଏହି ଜଳକୁ ବିଜେପି କ୍ଷମତାକୁ ଆସିଲେ ପଶ୍ଚିମ ମହାରାଷ୍ଟ୍ରକୁ ପଠାଇବ।
ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ସହ ଏକ କୋଟି ପରିବାରକୁ ଯୋଡ଼ାଯିବ। ସେମାନଙ୍କୁ ସ୍ୱତନ୍ତ୍ର ଭାବେ ନିଯୁକ୍ତି ସୁଯୋଗ ମିଳିବ। ମରାଠାୱାଡା ୱାଟର ଗ୍ରିଡ ପ୍ରୋଜେକ୍ଟ ଜରିଆରେ ୧୧ଟି ଡ୍ୟାମ ନିର୍ମାଣ କରାଯିବ। ପୂରା ମରାଠାୱାଡାକୁ ପାଇପ ଯୋଗେ ପାଣି ଯୋଗାଇ ଦିଆଯିବ। ଆସନ୍ତା ୫ ବର୍ଷ ମଧ୍ୟରେ କୃଷି କ୍ଷେତ୍ର ପାଇଁ ଆବଶ୍ୟକ ବିଦ୍ୟୁତକୁ ସୂର୍ଯ୍ୟ କିରଣରୁ ତିଆରି କରାଯିବ। ଚାଷୀମାନେ ଦିନ ବେଳା କେମିତି ୧୨ ଘଣ୍ଟା ବିଜୁଳି ପାଇବେ, ତା’ର ବ୍ୟବସ୍ଥା ହେବ।
ବିଜେପି କ୍ଷମତାକୁ ଆସିଲେ ୫ ବର୍ଷ ମଧ୍ୟରେ କୋଟିଏ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଭିତ୍ତିଭୂମି ବିକାଶ ପାଇଁ ୫ ଲକ୍ଷ କୋଟି ଟଙ୍କା ନିବେଶ କରାଯିବ। ସଡ଼କ ମରାମତି ଓ ଏହାର ରକ୍ଷାଣବେକ୍ଷଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରଚଳନ କରାଯିବ। ସବୁ ଗ୍ରାମ୍ୟ ସଡ଼କ ପଥ ମୁଖ୍ୟମନ୍ତ୍ରୀଙ୍କ ଗ୍ରାମ୍ୟ ସଡ଼କ ଯୋଜନା ଅଧିନରେ ଯୋଡ଼ି ହେବେ।

ad-week
Leave A Reply

Your email address will not be published.