ଜିଲ୍ଲାସ୍ତରୀୟ ଖାଦ୍ୟ ମେଳାରେ ପାରମ୍ପରିକ ମାଣ୍ଡିଆ ନିର୍ମିତ (ଖାଦ୍ୟକୁ) ଗୁରୁତ୍ୱ

add-all

ମାଲକାନଗିରି, ୧୦।୧୧ ମାଲକାନଗିରି ଜିଲ୍ଲା ସଦର ମହକୁମା ସଂସ୍କୃତି ଭବନ ପରିସରରେ ଆଜି ଜିଲ୍ଲା କୃଷି ବିଭାଗ ତରଫରୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଦିଲରଂଜନ ମହାଲିକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଖାଦ୍ୟ ମେଳାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲଙ୍କ ଦ୍ୱାରା ଉଦ୍ଘାଟିତ ହୋଇ ଯାଇଛିା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଯୋଗ ଦେଇଥଲା ବେଳେ ଅନ୍ୟମାନଙ୍କ ମଧ୍ୟରେ
ପୌର ପରିଷଦ ଅଧ୍ୟକ୍ଷ ମନୋଜ ବାରିକ, ସହକାରୀ କୃଷି ଅଧିକାରୀ ମହେଶ କୁମାର ପାଢି, ଉଦ୍ୟାନ ବିଭାଗ ଅଧିକାରୀ ପ୍ରଶାନ୍ତ ପାତ୍ର, ଅଂଶଗ୍ରହଣ କରିଥିଲୋ ଉପସ୍ଥିତ ଚାଷୀ, ଏବଂ ମହିଲା ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ମାଲକାନଗିରି ଜିଲ୍ଲାରେ ପାରମ୍ପରିକ ଚାଷ ଏବଂ ପୂର୍ୱରୁ ଉତ୍ପାଦିତ ଶସ୍ୟ ନିରୋଗ୍ୟ ପୃଷ୍ଟି ଯୁକ୍ତଥିଲ।। ବର୍ତମାନ ଆଧୁନିକ ପ୍ରଣାଳୀ ଚାଷ ଉତ୍ପାଦନ ବୃଦ୍ଧି, ରାସାୟନିକ ସାର ପ୍ରୟୋଗ ଦ୍ୱାରା ବିଭିନ୍ନ ରୋଗ ମାନବ ସମାଜକୁ ଗ୍ରାସ କରୁଛିା ଜିଲ୍ଲାରେ ପାରମ୍ପରିକ ଚାଷ ସହ ଜୈବିକ ଖତ ସାର ବ୍ୟବହାର କରି ପୂର୍ୱ ଭଳି ମାଣ୍ଡିଆ, କାନ୍ଦୁଲ, ସୁଆଁ, ହରଡ, ମୁଗ, ଧାନ, ଇତ୍ୟାଦି ଫସଲ କରିବା ପାଇଁ ପରାମର୍ଶ ଦେଇଥଇଲୋ ଆଜି ବିଭିନ୍ନ ଷ୍ଟଲ ମାଧ୍ୟମରେ ପାରମ୍ପରିକ ଖାଦ୍ୟ ଶସ୍ୟ ସହ ମାଣ୍ଡିଆରେ ପ୍ରସ୍ତୁତ ରସୋଗଲା, ପିଠା, ସୁପ୍‌, ଖିରି, ପ୍ରଦର୍ଶିତ କରା ଯାଇଥିଲ।।

ad-week
Leave A Reply

Your email address will not be published.