ଓଡିଶା ଇତିହାସ ଉପରେ ହେବ ଗବେଷଣା, କହିବ ଆମ ବୀର ପୁଅଙ୍କ ଗାଥା

add-all

ଭୁବନେଶ୍ବର: କ’ଣ ରହିଛି ଓଡିଶାର ପ୍ରକୃତ ଇତିହାସ? ଆଜିର ଓଡିଶାକୁ ତିଆରି କରିବା ପାଇଁ କେତେ ସଂଘର୍ଷ କରିଥିଲେ ଆମ ଓଡିଆ ମଉଡମଣି? ଏ ସବୁକୁ ନେଇ ଏବେ ଗବେଷଣା ହେବ । ଗବେଷଣା କହିବ, ଓଡିଶା ଇତିହାସର ଗାଥା । ଓଡ଼ିଆ ବରପୁତ୍ରଙ୍କ ଓ ଓଡ଼ିଶାର ପ୍ରକୃତ ଇତିହାସ ଜାଣିବାକୁ ଗବେଷଣା ହେବା ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଏନେଇ ମନ୍ତ୍ରୀ କହିଛନ୍ତି, ଓଡ଼ିଶା ଇତିହାସକୁ ନେଇ ଏପର୍ଯ୍ୟନ୍ତ କୌଣସି ଗବେଷଣା ହୋଇନାହିଁ, ଯାହାକି ଦୁର୍ଭାଗ୍ୟଜନକ । ତେଣୁ ଆଗକୁ ଓଡିଶାର ପ୍ରକୃତ ଇତିହାସ ଏବଂ ଓଡିଆ ବରପୁତ୍ରଙ୍କ ଇତିହାସ ବିଷୟରେ ଗବେଷଣା ହେବ । ଏଥିପାଇଁ ବିଶ୍ୱବିଦ୍ୟାଳୟର ଏକ ଚେୟାର ବରପୁତ୍ରଙ୍କ ନାଁରେ ପ୍ରତିଷ୍ଠା କରାଯାଇ ଗବେଷଣା କରାଯିବ । ଏଥିସହିତ ଓଡ଼ିଶାର ଏକ ପ୍ରମୁଖ ରାସ୍ତାକୁ ବରପୁତ୍ର ଜୟୀ ରାଜଗୁରୁଙ୍କ ନାଁରେ ନାମିତ କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।

ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ, ଓଡ଼ିଶାର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ମହାନ ବିପ୍ଳବୀ ଶହୀଦ ଜୟୀ ରାଜଗୁରୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ସାରା ଦେଶ ଯେତେବେଳେ ଇଂରେଜମାନଙ୍କ ଦ୍ୱାରା ଶାସିତ ହୋଇ ଅତ୍ୟାଚାରର ଶିକାର ହେଉଥିଲା ସେତେବେଳେ ଏହି ଖୋର୍ଦ୍ଧା ମାଟିରୁ ବିଦ୍ରୋହର ସ୍ପୁଲିଙ୍ଗ ନିର୍ଗତ ହୋଇଥିଲା । ଏ ଜାତିର ବୀର ପାଇକମାନଙ୍କୁ ଏକାଠି କରି ଜୟୀ ରାଜଗୁରୁ ଇଂରେଜମାନଙ୍କ ବିରୋଧରେ ଯେଉଁ ସଂଗ୍ରାମ ଆରମ୍ଭ କରିଥିଲେ ତାହା ସାରା ଇଂରେଜ ଶାସନକୁ ହତବାକ୍‌ କରିଦେଇଥିଲା । ତେଣୁ ଏହି ବୀରତ୍ୱର ଗାଥାକୁ ଯୁବପିଢ଼ି ପଢ଼ିବା ଜରୁରୀ ବୋଲି କହି ଏହି ମନ୍ତବ୍ୟ ରଖିଛନ୍ତି ମନ୍ତ୍ରୀ ।

ad-week
Leave A Reply

Your email address will not be published.