ଖବର କାଗଜରେ ମୋଦିଙ୍କ ‘ଏକ ହୈ ତେ ସେଫ୍‌ ହୈ’ ନାରା, ଟାର୍ଗେଟ କଲେ ବିରୋଧୀ

ମହାରାଷ୍ଟ୍ର ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଗଲାଣି ବାକ୍‌ ଯୁଦ୍ଧ ଓ ନାରାବାଜୀ। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ବଣ୍ଟେଙ୍ଗେ ତୋ କଟେଙ୍ଗେ’ର ସ୍ଲୋଗାନ ପରେ ପ୍ରଧାନମନ୍ତ୍ରୀ ମୋଦି ଏକ ହୈ ତୋ ସେଫ୍‌ ହୈ ସ୍ଲୋଗାନ ଦେଇଛନ୍ତି। ମହାରାଷ୍ଟ୍ରର ଖବରକାଗଜରେ ଏହି ସ୍ଲୋଗାନ ସହ ଜଡିତ ଏକ ବିଜ୍ଞାପନ ମଧ୍ୟ ସୋମବାର ବିଜେପି ପ୍ରକାଶ କରିଛି। ଏହାକୁ ନେଇ ରାଜନୀତି ଜୋର୍‌ ଧରିଛି।

ବିଡରେ ଆୟୋଜିତ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସ୍ଲୋଗାନ ଦେଇଥିଲେ। ଏହି ସ୍ଲୋଗନ୍‌ ଜରିଆରେ ବିଜେପି ତା’ର ବିଧାନସଭା ନିର୍ବାଚନ ପ୍ରଚାରକୁ ବୃଦ୍ଧି କରିଛି। ତେବେ ବିଜେପିର ଏହି ସ୍ଲୋଗାନ୍‌କୁ କଂଗ୍ରେସ ସମେତ ଅନ୍ୟ ଦଳଗୁଡ଼ିକ କଡ଼ା ସମାଲୋଚନା କରିଛନ୍ତି।

ମୋଦିଙ୍କ ଏହି ନାରାକୁ କଂଗ୍ରେସ ଓ କିଛି ବିରୋଧୀ ଦଳ ବିରୋଧ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବିଜେପି ଭୟ ଏବଂ ଅସୁରକ୍ଷିତତାର ଫାଇଦା ଉଠାଇବାକୁ ଚାହୁଁଛି, ଯାହା ସାମାଜିକ ଧ୍ରୁବିକରଣକୁ ଆହୁରି ଗଭୀର କରିପାରେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି ଯେ ଦେଶ ପାଇଁ ପ୍ରକୃତ ବିପଦ ହେଉଛି ବିଜେପି ଏବଂ ଆର୍‌ଏସ୍‌ଏସ୍‌।

ନିକଟରେ ମହାରାଷ୍ଟ୍ରର ଧୁଲେରେ ଏକ ନିର୍ବାଚନ ରାଲିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସକୁ ଟାର୍ଗେଟ କରିଥିଲେ। କଂଗ୍ରେସର ଏକମାତ୍ର ଏଜେଣ୍ଡା ହେଉଛି ଗୋଟିଏ ଜାତି, ଧର୍ମ ବା ସମ୍ପ୍ରଦାୟକୁ ଅନ୍ୟ ବିରୋଧରେ ଉସକାଇବା। ସେମାନେ ଚାହାଁନ୍ତି ନାହିଁ ଯେ SC, ST ଏବଂ OBC ଆଗକୁ ବଢ଼ନ୍ତୁ ଏବଂ ଉପଯୁକ୍ତ ମାନ୍ୟତା ପାଆନ୍ତୁ। ମନେରଖନ୍ତୁ, ଏକାଠି ରହିଲେ ହିଁ ସୁରକ୍ଷିତ ରହିବ ବୋଲି କହିଥିଲେ।

ad-week
Leave A Reply

Your email address will not be published.