ନିଶା ଛଡ଼ାଇବାକୁ ଯୁବକଙ୍କୁ ପିଟିପିଟି ହତ୍ୟା !

add-all

ଭୁବନେଶ୍ବର: ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା। ଏୟାରପୋର୍ଟ ଥାନା ଅଞ୍ଚଳର ଏକ ନିଶା ନିବାରଣ କେନ୍ଦ୍ର ନାଁରେ ଆସିଛି ଏପରି ସାଙ୍ଘାତିକ ଅଭିଯୋଗ। ମୃତ ଯୁବକ ୟୁନିଟ୍-୬ ଅଞ୍ଚଳର ବୋଲି ଜଣାପଡିଛି। ସୂଚନା ଅନୁସାରେ ଏହି ଯୁବକ ଜଣକ ଗତକାଲି କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଶରୀରରେ ମାଡ଼ ଦାଗ ରହିଥିବାରୁ ପିଟିପିଟି ମାରିଥିବା ଅଭିଯୋଗ ଆଣିଲେ ପରିବାର ଲୋକେ।

ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ସୁମନ୍ତଙ୍କୁ ନିଶାନିବାରଣ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆଜି ଭୋର ୪ ସମୟରେ ନିଶା ନିବାରଣର କର୍ମଚାରୀମାନେ ସୁମନ୍ତଙ୍କ ମୃତଦେହ କ୍ୟାପିଟାଲ ହସ୍ପିଟାଲରେ ରଖି ପଳାଇ ଯାଇଥିଲେ। ସୁମନ୍ତଙ୍କର ମୃତ୍ୟୁ ଘଟିଥିବା ମେଡିକାଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ମେଡିକାଲରେ ପହଞ୍ଚି ସୁମନ୍ତଙ୍କ ମୃତଦେହ ବେଡ୍‌ରେ ପଡ଼ିଥିବା ଦେଖିଥିଲେ। ହେଲେ କେହି ନିଶା ନିବାରଣ କେନ୍ଦ୍ରର କର୍ମଚାରୀ ସେଠାରେ ଉପସ୍ଥିତ ନଥିଲେ।

ସୁମନ୍ତଙ୍କ ଶୀରରରେ ବିଭିନ୍ନ ସ୍ଥାନରେ କ୍ଷିତ ଚିହ୍ନ ରହିଥିଲ। ସୁମନ୍ତଙ୍କୁ ପିଟିପିଟି ହତ୍ୟା କରଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ପୋଲିସ ମେଡିକାଲରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.