ବର୍ଷ ସାରା ବାଣ ବ୍ୟାନ କରିବାକୁ କହିଲେ ସୁପ୍ରିମକୋର୍ଟ

add-all

ଦୀପାବଳି ପରେ ଅଣନିଶ୍ୱାସୀ ହୋଇପଡ଼ିଛି ଦିଲ୍ଲୀ। ବାୟୁର ମାନ ଅତି ନିମ୍ନ ସ୍ତରକୁ ଚାଲିଯିବା ଚିନ୍ତାର ବିଷୟ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ସୋମବାର ସହରରେ ବାଣ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ବାଣ ବିକ୍ରି ଓ ବିସ୍ଫୋରଣ ବନ୍ଦ କରିବା ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ଦିଲ୍ଲୀର ବାୟୁ ପ୍ରଦୂଷଣ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟରେ ଜଷ୍ଟିସ ଅଭୟ ଏସ୍ ଓକା ଏବଂ ଜଷ୍ଟିସ ଅଗଷ୍ଟିନ ଜର୍ଜଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ବାଣ ବିକ୍ରି ରୋକିବାରେ ଅପାରଗତା କାରଣରୁ ଦିଲ୍ଲୀ ପୁଲିସକୁ ଭର୍ତ୍ସନା କରିଛନ୍ତି। କୋର୍ଟ କହିଛନ୍ତି, ‘କୌଣସି ଧର୍ମ ପ୍ରଦୂଷଣ ସୃଷ୍ଟିକାରୀ କୌଣସି କାର୍ଯ୍ୟକୁ ପ୍ରୋତ୍ସାହିତ କରେ ନାହିଁ। ଯଦି ଏହିଭଳି ବାଣ ଫୁଟାଯାଏ, ଏହା ନାଗରିକଙ୍କ ସ୍ୱାସ୍ଥ୍ୟଗତ ମୌଳିକ ଅଧିକାରକୁ ମଧ୍ୟ ପ୍ରଭାବିତ କରୁଛି।’

ବାଣରେ ଥିବା ରୟାୟନିକ ଅବଶିଷ୍ଟାଂଶ ବିଷାକ୍ତ ଧୂଆଁରେ ପରିଣତ ହୋଇ ଦିଲ୍ଲୀ ବାୟୁକୁ ପ୍ରବଳ ମାତ୍ରାରେ ପ୍ରଦୂଷଣ କରିଛି। ଏଥିପାଇଁ ସହରବାସୀଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହେବା ସହିତ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତର ବିପଦ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗରେ ଚିନ୍ତା ପ୍ରକଟ କରି ଦିଲ୍ଲୀ ସରକାର ବାଣ ଉପରେ ସ୍ଥାୟୀ ନିଷେଧାଦେଶ ନେଇ ନିଷ୍ପତ୍ତି ନେବାକୁ କୋର୍ଟ ଦାବି କରିଛନ୍ତି।

ଦିଲ୍ଲୀ ପୁଲିସ ଓ ଦିଲ୍ଲୀ ସରକାର କାହିଁକି ବାଣ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି ବୋଲି ପ୍ରଶ୍ନ କରି ସୁପ୍ରିମକୋର୍ଟ ଗତ ସପ୍ତାହରେ ଏକ ନୋଟିସ ଜାରି କରିଥିଲେ। ଏହାର ଜବାବରେ ଆଜି ଦିଲ୍ଲୀ ପୁଲିସ ମୁଖ୍ୟ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ। ଯେଉଁଥିରେ ପଦକ୍ଷେପ ନିଆଯାଇଛି ବୋଲି ଉଲ୍ଲେଖ ଥିଲା। କିନ୍ତୁ ଏହା କେବଳ ଲୋକ ଦେଖାଣିଆ ବୋଲି କହି କୋର୍ଟ ଏହାକୁ ଭର୍ତ୍ସନା କରିଛନ୍ତି।

ad-week
Leave A Reply

Your email address will not be published.