ବଦଳିଲା ଓଡ଼ିଶା ନର୍ସଙ୍କ ଡ୍ରେସ କୋଡ୍‌

add-all

ଭୁବନେଶ୍ୱର: ବଦଳିଲା ଓଡ଼ିଶା ନର୍ସଙ୍କ ଡ୍ରେସ କୋଡ୍‌। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଆଯାଇଛି ନିଷ୍ପତ୍ତି। ନର୍ସିଂଙ୍କ ଡ୍ରେସ୍‌ କୋଡ୍‌ରେ ରହିବ ସମ୍ବଲପୁରୀ ଛିଟ। ନର୍ସିଂ ଅଫିସରଙ୍କ ୟୁନିଫର୍ମ କଲାରରେ ରହିବ ସମ୍ବଲପୁରୀ ଝଲକ। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

ତେବେ ସିନିୟର୍‌ ନର୍ସିଂ ଅଫିସରଙ୍କ ପାଇଁ ଈଷତ୍‌ ବାଇଗଣୀ ରଙ୍ଗର ଡ୍ରେସ୍‌ କୋଡ୍‌ ଥିବାବେଳେ ଆସିଷ୍ଟାଣ୍ଟ ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ପାଇଁ କେୟନ ବ୍ଲୁ ରଙ୍ଗର ଡ୍ରେସ୍‌ କୋଡ୍‌ ରହିଛି। ସେହିପରି ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ/ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ପାଇଁ ଧଳା ରଙ୍ଗ ରହିଛି। ଜେନେରାଲ ୱାର୍ଡରେ ଡ୍ୟୁଟି କରୁଥିବା ନର୍ସ ଧଳା ରଙ୍ଗର ଆପ୍ରନ୍‌ ପିନ୍ଧିବେ ବୋଲି ନିଷ୍ପତ୍ତି ନିଆଯାଇଛି।

ad-week
Leave A Reply

Your email address will not be published.