ସ୍କୁଟର୍‌ ଡିକିରେ ଲୁଚାଇ ନେଉଥିଲେ ଦେଢ଼ କୋଟି, ମାଡ଼ି ବସିଲା ପୁଲିସ

add-all

ନୂଆଦିଲ୍ଲୀ : ପାଖେଇ ଆସିଲାଣି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତାରିଖ। ଆଉ ମାତ୍ର ଦିନ କେଇଟା ପରେ ପଡ଼ିବ ଭୋଟ୍‌। ଏଥିପାଇଁ ଜୋର୍‌ସୋର୍‌ରେ ସମସ୍ତ ରାଜନୈତିକ ଦଳ ପ୍ରଚାର ପ୍ରସାରରେ ଲାଗିପଡିଛନ୍ତି। ସେପେଟେ ନିର୍ବାଚନ ଆଚରଣ ବିଧି ମଧ୍ୟରେ ଘନ ଘନ ଚେକିଂ କରୁଛି ପୁଲିସ। ଏହାରି ଭିତରେ ଜବତ ହୋଇଛି ପୁଳାପୁଳା ଟଙ୍କା। ଜଣେ ବ୍ୟକ୍ତି ସ୍କୁଟର୍‌ ଡ଼ିକିରେ ଦେଢ଼ କୋଟି ଟଙ୍କା ଲୁଚାଇ ନେଇ ଯାଉଥିବା ବେଳେ ତାଙ୍କୁ ପୁଲିସ ଧରିଛି।
ମହାଷ୍ଟ୍ରର ନାଗପୁର ଜିଲ୍ଲାରୁ ସାମ୍ନାକୁ ଆସିଛି ଏହି ମାମଲା। ନାଗପୁର ସହରର ତହସିଲ ପୁଲିସ ଥାନାର ଜଣେ ଅଧିକାରୀ ଗୁରୁବାର ଏନେଇ ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ ବୁଧବାର ରାତିରେ ନିୟମିତ ଯାଞ୍ଚ ସମୟରେ ଯଶୋଧରା ନଗରର ଜଣେ ବ୍ୟକ୍ତିଙ୍କୁ ସେଣ୍ଟ୍ରାଲ୍ ଆଭେନ୍ୟୁ ଅଞ୍ଚଳରେ ଅଟକ ରଖାଯାଇଥିଲା। ଯାଞ୍ଚ ବେଳେ ସୁରକ୍ଷା କର୍ମୀମାନେ ଉକ୍ତ ବ୍ୟକ୍ତିଙ୍କ ସ୍କୁଟର ଡିକିରୁ ନଗଦ ୧ କୋଟି ୩୫ ଲକ୍ଷ କୋଟି ଟଙ୍କା ଜବତ କରିଛନ୍ତି। ଏହା ସହିତ ଉକ୍ତ ବ୍ୟକ୍ତିଙ୍କ ସହ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ବ୍ୟାଗରୁ ୧୫ ଲକ୍ଷ ଟଙ୍କା ଜବତ କରାଯାଇଛି।
ତେବେ ଏତେ ଟଙ୍କା କେଉଁଠୁ ଆସିଲା ଓ କେଉଁ ଆଡକୁ ନେଇ ଯାଉଥିବା ନେଇ ବ୍ୟକ୍ତିଙ୍କୁ ପଚରାଉଚରା ବେଳେ ତାଙ୍କ ଉତ୍ତର ସ୍ପଷ୍ଟ ନଥିବାରୁ ପୁଲିସ ତାଙ୍କୁ ସନ୍ଦେହ କରି ଅଟକ ରଖିଛି। ସେପଟେ ଏ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ସୂଚନା ଦିଆଯାଇଛି। ଜବତ ହୋଇଥିବା ନଗଦ ନିର୍ବାଚନ ଉପରେ ପ୍ରଭାବ ପକାଇପାରେ ବୋଲି ପୁଲିସ ଭୟ କରୁଛି। ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି।
କହିରଖୁ ଯେ, ଆସନ୍ତା ନଭେମ୍ବର ୨୦ ତାରିଖରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଭୋଟିଂ ହେବ। ରାଜ୍ୟର ସମସ୍ତ ୨୮୮ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ହେବ। ଭୋଟ୍ ଦେବାର ୩ ଦିନ ପରେ ୨୩ ନଭେମ୍ବରରେ ନିର୍ବାଚନ ଫଳାଫଳ ଘୋଷଣା ହେବ।

ad-week
Leave A Reply

Your email address will not be published.