ଉତ୍ତରପ୍ରଦେଶରେ ତେଜୁଛି ଛାତ୍ର ଆନ୍ଦୋଳନ, ୟୁପିପିଏସସି ମୁଖ୍ୟାଳୟରେ ଧସେଇ ପଶିବାକୁ ଶତାଧିକ ଛାତ୍ରଙ୍କ ଉଦ୍ୟମ

Independence

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ଲୋକସେବା ଆୟୋଗ(ୟୁପିପିଏସସି) ଦ୍ଵାରା ଆୟୋଜିତ ପ୍ରଶାସନିକ ସେବା ଏବଂ ଆରଓ-ଏଆରଓ ପରୀକ୍ଷାକୁ ଦୁଇଟି ଦିନରେ ସମ୍ପନ୍ନ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ୩ ଦିନ ଧରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ହଜାର ହଜାର ଛାତ୍ରୀଛାତ୍ର ଶୁକ୍ରବାର ୪ର୍ଥ ଦିନରେ ବାରିକେଡ୍‌ ଭାଙ୍ଗି ଆୟୋଗଙ୍କ ମୁଖ୍ୟାଳୟ ଭିତରେ ଧସେଇ ପଶିବାକୁ ଛାତ୍ରଛାତ୍ରୀମାନେ ଉଦ୍ୟମ କରିଛନ୍ତି। ସେମାନଙ୍କୁ ରୋକିବାକୁ ପୁଲିସକୁ ଲାଠି ଚାଳନା କରିବାକୁ ପଡ଼ିଛି। ପୁଲିସ ପକ୍ଷରୁ ମୁଖ୍ୟାଳୟ ବାହାରେ ନୂତନ ବାରିକେଡ୍‌ ଲଗାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜିଲାପାଳ ଏବଂ ୟୁପିପିଏସସି ଆୟୁକ୍ତ ମୁଖ୍ୟାଳୟରେ ପହଞ୍ଚି ସ୍ଥିତି ପରଖିବା ସହିତ ସମସ୍ୟାର ସମାଧାନ ଦିଗରେ ଆଲୋଚନା ଚଳାଇଛନ୍ତି। ପରୀକ୍ଷା ୨ ଦିନ ବଦଳରେ ଗୋଟିଏ ଦିନରେ ସାରିବାକୁ ଛାତ୍ରଛାତ୍ରୀମାନେ ଦାବି କରି ଏହି ଆନ୍ଦୋଳନ ଚଳାଇଛନ୍ତି। ଛାତ୍ରଛାତ୍ରୀମାନେ କହିଛନ୍ତି, ସେମାନେ ଆୟୁକ୍ତଙ୍କୁ ଭେଟି କେବଳ ଏକ ଦାବିପତ୍ର ଦେବାକୁ ଚାହୁଁଛୁ। କିନ୍ତୁ ପୁଲିସ ସେମାନଙ୍କୁ ଅଟକାଉଛି। ପୁଲିସ ଛାତ୍ରମାନଙ୍କୁ ମାଡ଼ ମାରିବା ସହିତ ୧୧ଜଣଙ୍କୁ ଗିରଫ କରିଛି।

ad-week
Leave A Reply

Your email address will not be published.