ପୁଣି ହିଟ୍ ଆଣ୍ଡ ରନ୍; ନେତା ପୁଅଙ୍କ ଦାମୀ ଗାଡ଼ି ଚକା ତଳେ ଚାଲିଗଲା ଜୀବନ 

add-all

ବେଙ୍ଗାଲୁରୁ : ପୁଣି ହିଟ୍ ଆଣ୍ଡ ରନ୍ ମାମଲା। ନେତା ପୁଅଙ୍କ ଦାମୀ ଗାଡ଼ି ଚକା ତଳେ ଚାଲି ଯାଇଛି ଜଣେ ସାଧାରଣ ଲୋକର ଜୀବନ। ଦୁର୍ଘଟଣା ସମୟର ଭୟାନକ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ସୂଚନା ଅନୁସାରେ, ଏହି ଦୁର୍ଘଟଣା କର୍ଣ୍ଣାଟକର ଉଡୁପିରେ ନଭେମ୍ବର ୧୩ରେ ଘଟିଥିଲା। ଏଥିରେ ଜଣେ ୩୯ ବର୍ଷୀୟ ଯୁବକ ମହମ୍ମଦ ହୁସେନଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା SUV କାର୍ ଡ୍ରାଇଭର ହେଉଛନ୍ତି କର୍ଣ୍ଣାଟକ କଂଗ୍ରେସ ନେତା ଦେବୀ ପ୍ରସାଦ ଶେଟ୍ଟୀଙ୍କ ପୁଅ ପ୍ରଜ୍ଜ୍ୱଳ ଶେଟ୍ଟୀ।
ହୁସେନ ନଭେମ୍ବର ୧୩ ରାତିରେ ବାଇକ୍ ନେଇ ଯାଉଥିବା ସମୟରେ ପ୍ରଜ୍ଜ୍ୱଳ ଥାର୍ SUVରେ ଦ୍ରୁତଗତିରେ ଆସି ତାଙ୍କୁ ସାମ୍ନାପଟୁ ଧକ୍କା ଦେଇଥିଲେ। କାରର ବେଗ ଏତେ ଅଧିକ ଥିଲା ଯେ, ମହମ୍ମଦଙ୍କୁ ବାଇକ୍ ସହ କିଛି ବାଟ ଘୋଷାଡ଼ି ନେଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ମାତ୍ର ପ୍ର ଦିନ ତାଙ୍କର ମୃତ୍ୟୁ ହୋଇଯାଇଛି। ଏହି ଦୁର୍ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଘଟଣା ବାବଦରେ ଜଣାପଡ଼ିଛି। ପୁଲିସ କହିଛି ଯେ, ଦୁର୍ଘଟଣା ପରେ ପ୍ରଜ୍ଜ୍ୱଳଙ୍କୁ ଗିରଫ କରାଯାଇଥିଲା। ଏଥିସହ ତାଙ୍କ SUV କାରକୁ ମଧ୍ୟ ଜବତ କରାଯାଇଥିଲା। ମାତ୍ର ଗିରଫଦାରୀର କିଛି ସମୟ ପରେ ତାଙ୍କୁ ଜାମିନ୍ ମିଳିଯାଇଛି।
ପ୍ରକାଶ ଥାଉକି, ପ୍ରଜ୍ଜ୍ୱଳଙ୍କ ବାପା ଦେବୀ ପ୍ରସାଦ ଶେଟ୍ଟୀ ଉଡୁପି ଜିଲ୍ଲାର ବେଲାପୁ ଗାଁର ଜଣେ ଜଣାଶୁଣା କଂଗ୍ରେସ ନେତା।

ad-week
Leave A Reply

Your email address will not be published.