ରୋଟାରୀ କ୍ଲବ ପକ୍ଷରୁ ଗୁରୁସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ ପବ୍ଲିକ ସ୍କୁଲ ଅଡିଟୋରିଅମ ଠାରେ ଗୁରୁ ସମ୍ମାନ କାର୍ଯ୍ୟକ୍ରମ ରୋଟାରୀ ସଭାପତି ବିପ୍ର ଚରଣ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଜଜ୍ଞାସିସ ମହାପାତ୍ର, ସିଡି ଏମ ଓ ସନ୍ତୋଷ ପାଢୀ ଏବଂ ଫାଷ୍ଟ୍ ଲେଡି ଇତୁନ ମହାପାତ୍ର ପ୍ରମୁଖ ଯୋଗଦେଇ ଜଗନ୍ନାଥ ଙ୍କ ପାଖରେ ପୁଷ୍ପ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ଓ ଲକ୍ଷ ସମ୍ବନ୍ଧରେ ଉପସ୍ଥିତ ଶତାଧିକ ଗୁରୁ ମାନଙ୍କୁ ଉତମ ବାଣୀ ପ୍ରଦାନ କରିଥିଲେ I ଏଥି ସହିତ ଆପଣଙ୍କ ଅଙ୍ଗଦାନ ଦ୍ଵାରା ଆଠ ଜଣଙ୍କ ଜୀବନ ବଞ୍ଚିପାରେ ବୋଲି ଉପସ୍ଥିତ ସମସ୍ତ ଗୁରୁ ମାନଙ୍କୁ ଓ ରୋଟାରୀ ସଦସ୍ଯ ମାନଙ୍କୁ ଗଚ୍ଛ ଲଗାଓ ଜୀବନ ବଞ୍ଚାଅ, ଟ୍ରାଫିକ୍ ନିୟନ୍ତ୍ରଣ ଉପରେ ପରାମର୍ଶ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପୁଷ୍ପ ଗୁଚ୍ଛ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ବାହାର ଜିଲ୍ଲାର ରୋଟାରିଆନ ମାନେ ଉପସ୍ଥିତ ରହିବା ସହିତ ଫୁଲବାଣୀ ରୋଟାରୀ କ୍ଲବର ହରିଶ୍ଚନ୍ଦ୍ର ମହାରଣା, ବସନ୍ତ ପାଣିଗ୍ରାହୀ, ପ୍ରକାଶ ପଣ୍ଡା, ପ୍ରସନ୍ନ ପଣ୍ଡା, ଦେବେନ୍ଦ୍ର ପାତ୍ର, ଉପେନ୍ଦ୍ର ମହାପାତ୍ର, ସନ୍ତୋଷ ପଣ୍ଡା,ସନ୍ତୋଷ ମିଶ୍ର, ରୂପକ ମହାନ୍ତି ନୀଳମାଧବ ମିଶ୍ର, ରବି ନାରାୟଣ ସୁବୁଦ୍ଧି ଙ୍କ ସମେତ ଦୁଇ ଶହରୁ ଉର୍ଦ୍ଧ୍ବ ଗୁରୁଜୀ ଗୁରୁମା ଉପସ୍ଥିତ ରହି ସଭା କାର୍ଯ୍ୟକୁ ଆଗେଇ ନେଇଥିଲେ l ଦିତୀୟ ଦିବସ ରେ ବିପ୍ର ଚରଣ ପାତ୍ରଙ୍କ ପତ୍ନୀ ରଞ୍ଜିତା ନାମରେ ମାରାଥନ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏଥିରେ ଶତାଧିକ ପ୍ରତିଯୋଗୀ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ l ଏହି ମାନଙ୍କୁ ଭିତରୁ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଙ୍କୁ ଅର୍ଥ ରାଶି ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ରୋଟାରୀ ସମ୍ପାଦକ ତଥା ଆଇନଜିବୀ ବିଜୟ କୃଷ୍ଣ ପଟ୍ଟନାୟକ ପରିଚାଳନା କରିଥିଲେ l

ad-week
Leave A Reply

Your email address will not be published.