ସ୍କୁଲ ଛାତ୍ରଙ୍କ ମୃତ୍ୟୁ ଘଟଣାର ଏସଆଇଟି କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ କରି ଦୋଷୀମାନଙ୍କ ବିରୋଧ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବୀ

add-all

ଛତ୍ରପୁର : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଧିନ କଳାଜମୁନା ଶ୍ରୀ ସାଇ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ୫ମ ଶ୍ରେଣୀ ଛାତ୍ର କିରଣ ପ୍ରଧାନଙ୍କ ମୃତ୍ୟୁ ଘଟଣା ର ଏସଆଇଟି କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ କରି ଦୋଷୀମାନଙ୍କ ବିରୋଧ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ମଙ୍ଗଳବାର ଗଞ୍ଜାମ ଏସପିଙ୍କୁ ଭେଟିଲେ ମୃତ ଛାତ୍ରଙ୍କ ପରିବାର ଏବଂ ଗ୍ରାମର ବହୁ ମହିଳା ଓ ପୁରୁଷ । ମୃତ ଛାତ୍ର ଜଣକ ହେଲେ ଛତ୍ରପୁର ଥାନା ଅନ୍ତର୍ଗତ କମାପଲ୍ଲୀ ଗ୍ରାମର ପ୍ରହ୍ଲାଦ ପ୍ରଧାନଙ୍କ ପୁଅ କିରଣ ପ୍ରଧାନ । କିରଣ ଗଞ୍ଜାମ ବ୍ଲକ ଅନ୍ତର୍ଗତ କଳାଜମୁନା ଶ୍ରୀ ସାଇ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ରହି ପାଠ ପଢୁଥିଲା । ତାଙ୍କୁ ଷଡ଼ଯନ୍ତ୍ର କରି ବିଷଦେଇ ମାରି ଦିଆଯାଇଛି ବୋଲି ମଧ୍ୟ ମୃତ କିରଣଙ୍କ ବାପା ପ୍ରହ୍ଲାଦ ଲିଖିତ ଭାବେ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି, ଗତ ୨୫. ୦୮. ୨୦୨୪ କିରଣଙ୍କ ଦେହ ଖରାପ ହେବା ଭାବି ସ୍କୁଲ କତୃପକ୍ଷ ତାଙ୍କୁ ତୁରନ୍ତ ଛତ୍ରପୁର ମେଡିକାଲ ଆଣିଥିଲେ, ଏହାର ସୂଚନା ପାଇ କିରଣ ଙ୍କ ବାପା ଓ ମାଆ ଛତ୍ରପୁର ମେଡିକାଲ ରେ ପହଁଚି ଥିଲେ, ସେତେବେଳେ କିରଣ କଥାବାର୍ତ୍ତା କରୁଥିଲା, ସେ ସ୍କୁଲ ରେ ପାଠ ପଢ଼ୁଥିବା ଲିଟୁ ପ୍ରଧାନ ନାମକ ସମ୍ପର୍କୀୟ ଭାଇ ଏକ ପାଣି ବୋତଲ ରେ କିଛି କଳା କଳା ଜିନିଷ ମିଶାଇ ବାଧ୍ୟ କରି କହିଲା ପିଇବା ପାଇଁ ସେ ଭୟଭିତ ହୋଇ ବୋତଲର ପାଣି ପି ଦେଲା ତାର କିଛି ସମୟ ପରେ ତାଙ୍କୁ ବାନ୍ତି କରି ମୁଣ୍ଡ ବୁଲାଇବା ହେବାରୁ ସ୍କୁଲ ସାର ଙ୍କୁ କିରଣ ଜଣାଇଥିଲା ବୋଲି ସେତେବେଳେ ପୁଅ କିରଣ ତାଙ୍କୁ ଏହା କହିଥିଲା ବୋଲି ପ୍ରହ୍ଲାଦ ପ୍ରଧାନ ଅଭିଯୋଗ ପତ୍ର ରେ ଦର୍ଶାଇଛନ୍ତି, ଏହା ସହିତ ତାଙ୍କର ବିଶ୍ୱାସ ଲିଟୁ ପ୍ରଧାନ ଏବଂ ତାଙ୍କ ପରିବାର ଷଡଯନ୍ତ୍ର କରି କିରଣ ଙ୍କୁ ବିଷ ଦେଇ ମାରି ଦେଲା ବୋଲି ମଧ୍ୟ ପ୍ରହ୍ଲାଦ ପ୍ରଧାନ ଅଭିଯୋଗ ପତ୍ର ରେ ଉଲ୍ଲେଖ କରିଛନ୍ତି, ଏହା ପୂର୍ବରୁ ଲିଟୁ ପ୍ରଧାନ ଙ୍କ ପରିବାର ସହ ଜମିଜମା ବିବାଦ ରହିଛି, ଏଣୁ କିରଣ ପ୍ରଧାନ ଙ୍କ ମୃତ୍ୟୁ ଘଟଣା ର ଏସଆଇଟି କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ କରି ଦୋଷୀମାନଙ୍କ ବିରୋଧ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ କମାପଲ୍ଲୀ ଗ୍ରାମବାସୀ ଓ ମୃତ କିରଣ ଙ୍କ ପରିବାରବର୍ଗ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କୁ ଅନୁରୋଧ କରିଛନ୍ତି । ଏହି ଅବସର ରେ ଆଇନଜୀବି ଚୈତନ୍ୟ ପ୍ରଧାନ, ଭିକାରୀପଲ୍ଲୀ ପଂଚାୟତ ର ପୂର୍ବତନ ସମିତି ସଭ୍ୟ ଭାଗିରଥି ପ୍ରଧାନ, ମଥୁରା ଚରଣ ସୁବୁଦ୍ଧି, ମାଗତା ପାତ୍ର, ପ୍ରଭାସି ବେହେରା, ପୂର୍ବତନ ସରପଞ୍ଚ ଗାଣ୍ଡୁଧର ଗୌଡ଼ଙ୍କ ସମେତ କମାପଲ୍ଲୀ ଗ୍ରାମ ର ଶତାଧିକ ମହିଳା ଓ ପୁରୁଷ ମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.