ଅବକାରୀ ବିଭାଗ ପକ୍ଷରୁ ୩ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ତରଫ ରୁ ମାଥିଲି ଥାନା ଅନ୍ତର୍ଗତ ମାଡକାପଦର ପଞ୍ଚାୟତ ର ଶୁକ୍ରିପୁଟ ଗ୍ରାମ ପାର୍ଶ୍ଵ ଜଙ୍ଗଲ ରେ ଚଢ଼ଉ କରାଯାଇଥିଲା। ଉକ୍ତ ଚଢ଼ଉ ବେଳେ ୨୪ ଏକର ଜମିରେ ଚାଷ ହୋଇଥିବା ୩୬୦୦୦ ଗଞ୍ଜେଇ ଗଛ କୁ ନଷ୍ଟ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ୩,୬୦,୦୦୦୦୦(ତିନି କୋଟି ଷାଠିଏ ଲକ୍ଷ ) ଟଙ୍କା। ଏନେଇ ମାଥିଲି ଅବକାରୀ ଥାନା ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଆରମ୍ଭ କରାଯାଇଛି। ଗଞ୍ଜେଇ ଚାଷ ହୋଇଥିବା ଜମି ର ଯାଞ୍ଚ କରାଯାଇ ରିପୋର୍ଟ ଦେବାକୁ ରାଜସ୍ବ ବିଭାଗ କୁ ଅନୁରୋଧ କରାଯାଇଛି। ରିପୋର୍ଟ ମିଳିବା ପରେ ଅବକାରୀ ବିଭାଗ ତରଫରୁ ଚାଷୀ କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଏହି ଚଢ଼ଉ ସମୟ ରେ ଅବକାରୀ ଉପ ଅଧିକ୍ଷକ ଶ୍ରୀ ଟଙ୍କଧର ଭୋଇ ,ଅବକାରୀ ନିରୀକ୍ଷକ ସନ୍ତୋଷ କୁମାର ବଳ,ସବ୍ ଇନ୍ସପେକ୍ଟର ଅଶେଷ କୁମାର ନାୟକ ,ଅମିୟ କୁମାର ଖଞ୍ଜା ,ଦୀପକ କୁମାର ସାମଲ,ରମେଶ ଚନ୍ଦ୍ର ସାହୁକାର,ହେମନ୍ତ ବାଘ ASI ରାମ ଚନ୍ଦ୍ର ହନ୍ତାଳ, ସୁରେନ୍ଦ୍ର ମାଝୀ, ଜେମସ ମାଲଖମ୍ ସାହୁ ଓ ସମସ୍ତ ଅବକାରୀ ଥାନା ର କନେଷ୍ଟବଳ ମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.