ବାଲରକ୍ଷା ଭାରତ ତରଫରୁ ୟିନିସିଆରସି ସପ୍ତାହ ପାଳନ

add-all

ଫୁଲବାଣୀ : ଖଜୁରୀପଡ଼ାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାଲ ରକ୍ଷା ଭାରତ ଓ ଶିକ୍ଷା ବିଭାଗର ମିଳିତ ଉଦ୍ୟମରେ ୟି ନି ସି ଆର ସି ସପ୍ତାହ ପାଳନ କରାଯାଇଥିଲା। ଏହି ବର୍ଷର ବାର୍ତା ଥିଲା “ଭବିଷ୍ୟତକୁ ଶୁଣନ୍ତୁ” । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୁଶ୍ରୀ ଅନିମା କହଁର, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତି ଜ୍ୟୋସ୍ନାରାଣୀ ମଲ୍ଲିକ ଓ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ଶିବାରାଣୀ ମଲ୍ଲିକ ଯୋଗ ଦେଇଥିଲେ।ସେମାନେ ଜଳବାୟୁ ପରିବର୍ତ୍ତନ, ଶିଶୁ ଅଧିକାର ଏବଂ ସମାଜରେ ସଚେତନତା ସୃଷ୍ଟିର ଆବଶ୍ୟକତା ବିଷୟରେ ନିଜର ମତ ରଖିଥିଲେ। ବାଲ ରକ୍ଷା ଭାରତର ଖଜୁରୀପଡା ସ୍ଥିତ ଯୁବ ପ୍ରତିନିଧି ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସହଭାଗୀ ହୋଇଥିଲେ ଓ ନିଜ ଆଞ୍ଚଳିକ ସମସ୍ୟାଟି ବ୍ଲକ ଅଧ୍ୟକ୍ଷାଙ୍କୁ ପ୍ରଦାନ କରିଥିଲେ।ଏହି ଅବସରରେ ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ, ଭୂମିକା ଅଭିନୟ, ଏବଂ ଜଳବାୟୁ ପରିବର୍ତ୍ତନ ବିଷୟରେ ସଚେତନତା ଭାଷଣ ଦ୍ୱାରା ତାଙ୍କର ପ୍ରତିଭା ଦେଖାଇଥିଲେ। ବ୍ଲକ ଅଧକ୍ଷା ବାଲ ରକ୍ଷା ଭାରତଦ୍ୱାରା ନିଆ ଯାଉଥିବା ପଦକ୍ଷେପକୁ ପ୍ରସଂଶା କରିଥିଲେ।
” ପୃଥିବୀର ସୁରକ୍ଷା ମୋର ଦାୟିତ୍ୱ” ଶୀର୍ଷକ ଦସ୍ତଖତ ଅଭିଯାନରେ ସମସ୍ତ ଅଂଶ ଗ୍ରହଣକାରୀ ମାନେ ନିଜର ଦସ୍ତଖତ ଦ୍ୱାରା ସମ୍ମତି ପ୍ରଦାନ କରିଥିଲେ। ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ କୁମାର ମିଶ୍ରଙ୍କ ତତ୍ୱାବଧାନରେ ବାଲ ରକ୍ଷା ଭାରତ ସହକର୍ମୀ ସଞ୍ଜୟ କୁମାର ରାଉତ, ହୋସନା ଅଖତାରୀ, ଶିବାନୀ ପାଣିଗ୍ରାହୀ, ନିରୁପମା ତାଣ୍ଡିଙ୍କଏବଂ ଉପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦନ ହୋଇଥିଲା।

ad-week
Leave A Reply

Your email address will not be published.