ଜିଲ୍ଲାସ୍ତରୀୟ ପେନସନ୍ ଅଦାଲତ ଅନୁଷ୍ଠିତ

add-all

ଛତ୍ରପୁର : ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ବୁଧବାର ଦିନ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ପେନସନ୍ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜିଲ୍ଲାର ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ପ୍ରାଥମିକ ଶିକ୍ଷକ ମାନଙ୍କର 237 ଟି , ଉଚ୍ଚ ବିଦ୍ୟାଳୟ ଶିକ୍ଷକ ମାନଙ୍କର 259 ଟି ଓ ରାଜସ୍ବ ଏବଂ ଅନ୍ୟାନ୍ୟ ବିଭାଗର 243 ଟି ବିଚାରାଧୀନ ପେନସନ୍ ଓ ପାରିବାରିକ ପେନସନ୍ ଗୁଡିକର ବିଚାର କରାଯାଇଥିଲା । ସେଗୁଡିକ ଯେପରି ସହଜରେ ସମାଧାନ ହୋଇ ପାରିବ ତାହା ସେମାନଙ୍କୁ ବୁଝାଇଥିଲେ ଏବଂ ପେନସନ୍ ମାମଲା ଗୁଡିକର ସମାଧାନ ନିମନ୍ତେ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶୁଣାଣୀ କରି ହିତାଧିକାରୀଗଣ ଯେଭଳି ନିଜର ପେନସନ୍ ପାଇବେ ସେହି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଥିଲା ।
ଏହି ପେନସନ୍ ଅଦାଲତରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଓ.ଏସ୍.ଡି-ତଥା- ସ୍ବତନ୍ତ୍ର ସଚିବ ସତ୍ୟ ରଞ୍ଜନ ସାହୁ, ଆଡିସିନାଲ କଣ୍ଟ୍ରୋଲର୍ ଅଫ୍ ଆକାଉଣ୍ଟସ୍ ବିଭାଗର ଦିବାରାଣୀ ଦୋରା, ଅତିରିକ୍ତ ନିର୍ଦ୍ଦେଶକ, ବିଦ୍ୟାଳୟ ଓ ଶିକ୍ଷା ବିଭାଗର ସୁରେଖା ତରେଇ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅନୁ ସଚିବ ମାନସ କୁମାର ଆଚାର୍ଯ୍ୟ, ଉପ ସଚିବ ଅସୀତ୍ କୁମାର ପାଣି, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ( ଇଲେମେଣ୍ଟାରୀ ଏଜୁକେସନ୍ )ଆକାଉଣ୍ଟସ୍ ଅଫିସର ଧୀରେନ୍ଦ୍ର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ପେନସନ୍ ଗୁଡିକର ଶୁଣାଣୀ କରିଥିଲେ । ଏହି ଅବସରରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି, ଡେପୁଟି କଲେକ୍ଟର ଆୟୁଷ ପତି ଓ ସଂସ୍ଥାପନା ବିଭାଗର ଅନ୍ୟାନ୍ୟ ଅଧିକାରୀ ମାନେ ଏଥିରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.