ମାଟିରେ ମିଶିଲା ଜବର ଦଖଲ ଥିବା ଟେଗୋର ସୋସାଇଟି ଫୋର ରୁରାଲ ଡେଭଲେପମେଣ୍ଟ କାର୍ଯ୍ୟାଳୟ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଡି.ଏନ.କେ ଖେଳ ପଡ଼ିଆ ନିକଟସ୍ଥ ଜବର ଦଖଲ କରିଥିବା ଟାଗୋର ସୋସାଇଟି ଫୋର ରୁରାଲ ଡେଭଲେପମେଣ୍ଟ କାର୍ଯ୍ୟାଳୟକୁ ଆଜି ଉଚ୍ଛେଦ କରାଯାଇଛି। ବହୁ ବର୍ଷ ଧରି ଏହି ବେସରକାରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରାୟ ୪୯ ସେଣ୍ଟ ଜାଗାରେ ଜବର ଦଖଲ କରି ରହିଥିବା ବେଳେ ଆଜି ଏହାକୁ ପୋଲିସ ମୁତୟନ କରାଯାଇ ଜେ ସି ବି ମେସିନ ଦ୍ୱାରା ଭଙ୍ଗାଯାଇଛି। ପୂର୍ବରୁ ମାଲ୍ୟବନ୍ତ ମହୋତ୍ସବ କିମ୍ବା ଅନ୍ୟ ଉତ୍ସବ ପାଳନ ବେଳେ ଡି.ଏନ.କେ ଖେଳ ପଡ଼ିଆରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ତେବେ ଏଥିପାଇଁ ପ୍ରଶାସନ ପକ୍ଷରୁ ଅନ୍ୟକୌଣସି ସ୍ଥାନରେ ମାଲ୍ୟବନ୍ତ ମହୋତ୍ସବ ପାଳନ ଉପଯୁକ୍ତ ସ୍ଥାନ ନିରୂପଣ ହୋଇପାରିନଥିଲା। ଫଳରେ ଡି. ଏନ. କେ ଖେଳ ପଡ଼ିଆରେ ଭିଡ଼ ନିୟନ୍ତ୍ରଣରେ ସମସ୍ୟା ସୃଷ୍ଟି ହେଉଥିବା ଯୋଗୁଁ ପ୍ରଶାସନ ଦ୍ୱାରା ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ମାଲକାନଗିରି ପୌର ପରିଷଦର ନିର୍ବାହୀ ଅଧିକାରୀ ପ୍ରଳୟ।ନନ୍ଦ ଶତପଥିଙ୍କ ସମେତ ତହସିଲଦାରଙ୍କ ଉପସ୍ଥିତିରେ ଏହି ଉଛେଦ କାର୍ଯ୍ୟ କରାଯାଇଛି। ତେବେ ଆଜି ଭୋର ସମଯରୁ ଏହି ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟାରେ ସରିଥିବା ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।

ad-week
Leave A Reply

Your email address will not be published.