ମାଲି ପ୍ରଧାନମନ୍ତ୍ରୀ ପଦବୀରୁ ବହିଷ୍କୃତ

add-all

ନୂଆଦିଲ୍ଲୀ : ଦେଶର ସାମରିକ ଶାସନକୁ ସମାଲୋଚନା କରିବାର କିଛି ଦିନ ପରେ ମାଲିରେ ପ୍ରଧାନମନ୍ତ୍ରୀ ଚୋଗୁଏଲ ମାଇଗାଙ୍କୁ ଶାସକ ଜୁନ୍ତା ପଦବୀରୁ ବହିଷ୍କାର କରିଛି। ଗତକାଲି ସେଠାକାର ସରକାରୀ ଟେଲିଭିଜନରେ ଏହି ବିଷୟ ପ୍ରସାରିତ ହୋଇଛି। ଗଣତନ୍ତ୍ର ପୁନସ୍ଥାପନ କରିବା ଏବଂ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ନିର୍ବାଚନ ଆୟୋଜନ କରିବାରେ ଶାସକ ଜୁନ୍ତା ବିଫଳ ହୋଇଥିବାରୁ ଚୋଗୁଏଲ ମାଇଗା ସମାଲୋଚନା କରିଥିଲେ।
ଜେନେରାଲ ଅସିମି ଗୋଇତା ମଧ୍ୟବର୍ତ୍ତିକାଳୀନ ରାଷ୍ଟ୍ରପତି ପଦରେ ରହିଥିବାରୁ ନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି ବୋଲି ମାଇଗା ଅଭିଯୋଗ କରିଛନ୍ତି। ଜେନେରାଲ ଗୋଇତାଙ୍କ ନେତୃତ୍ବାଧୀନ ଜୁନ୍ତା ୨୦୨୦ ଓ ୨୦୨୧ରେ ଲଗାତାର ବିଦ୍ରୋହ ପରେ ମାଲିର କ୍ଷମତା ହାତକୁ ନେଇଥିଲା।

ad-week
Leave A Reply

Your email address will not be published.