ଭାରତ-ଆମେରିକା ପ୍ରତିରକ୍ଷା ସହଯୋଗକୁ ରାଜନାଥ ଓ ଲଏଡଙ୍କ ପ୍ରଶଂସା

add-all

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଆମେରିକାର ପ୍ରତିରକ୍ଷା ସଚିବ ଲଏଡ୍ ଅଷ୍ଟିନ୍ ଭାରତ-ଆମେରିକା ପ୍ରତିରକ୍ଷା ଭାଗିଦାରୀରେ ବୃଦ୍ଧି ପାଇଥିବା ଅଗ୍ରଗତିକୁ ପ୍ରଶଂସା କରିଛନ୍ତି। ଗୁରୁବାର ଲାଓସର ଭିଏଣ୍ଟିଆନେଠାରେ ଅନୁଷ୍ଠିତ ଏକାଦଶ ଆସିଆନ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ-ପ୍ଲସ୍ ଅବସରରେ ଉଭୟ ନେତା ସାକ୍ଷାତ କରିଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ ଜେଟ୍ ଇଞ୍ଜିନ୍, ଯୁଦ୍ଧାସ୍ତ୍ର ଏବଂ ଗ୍ରାଉଣ୍ଡ ମୋବିଲିଟି ସିଷ୍ଟମ୍ ପାଇଁ ପ୍ରାଥମିକତା ସହ-ଉତ୍ପାଦନ ବ୍ୟବସ୍ଥାକୁ ଆଗେଇ ନେବା ପାଇଁ ଚାଲିଥିବା ସହଯୋଗ ସମେତ ଆମେରିକା-ଭାରତ ପ୍ରତିରକ୍ଷା ଶିଳ୍ପ ସହଯୋଗ ରୋଡ୍ ମ୍ୟାପ୍ ଅଧୀନରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତିକୁ ଉଭୟ ପକ୍ଷ ସ୍ୱୀକାର କରିଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ ଗତ ଅଗଷ୍ଟରେ ଆମେରିକା ଗସ୍ତ ସମୟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସ୍ୱାକ୍ଷରିତ ହୋଇଥିଲା। ସେଗୁଡ଼ିକ ହେଉଛି ଯୋଗାଣ ସୁରକ୍ଷା ଚୁକ୍ତି ଏବଂ ଯୋଗାଯୋଗ ଅଧିକାରୀଙ୍କ ମୁତୟନ ସମ୍ବନ୍ଧୀୟ ଚୁକ୍ତିନାମା। ଆଜି ଏକ ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବଜାୟ ରଖିବା ପାଇଁ ସାମରିକ ଭାଗିଦାରୀ ଏବଂ ପରସ୍ପର ମଧ୍ୟରେ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ଜାରି ରହିଥିବା ପ୍ରୟାସକୁ ଉଭୟ ପକ୍ଷ ସ୍ୱାଗତ କରିଛନ୍ତି।

ad-week
Leave A Reply

Your email address will not be published.