ମାନସିକ ସ୍ୱାସ୍ଥ୍ୟ ପରିଚାଳନା ସମ୍ପର୍କିତ ଜିଲ୍ଲାସ୍ତରୀୟ କର୍ମଶାଳା

add-all

ଫୁଲବାଣୀ: ସ୍ୱେଛାସେବି ଅନୁଷ୍ଠାନ ସ୍ୱାତୀ ଓ ବେସିକ ନିଡ୍ ଇଣ୍ଡିଆ ସହଯୋଗରେ ଚାଲିଥିବା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଏକ ଦିନିକିଆ କର୍ମଶାଳା ଜିଲ୍ଲା ଜି.ଏନ୍.ଏମ୍ ତାଲିମ୍ କେନ୍ଦ୍ର ଠାରେ ଆୟୋଜିତ ହୋଇଯାଇଛି । ମାନସିକ ଅସୁସ୍ଥ ବ୍ୟକ୍ତି ବିଶେଶଙ୍କୁ କୁପରି ଚିକିତ୍ସା ଦେବା ସହ ସେମାନଙ୍କର ଯତ୍ନ ନିଆଯାଇ ପାରିବ ତାହା ବର୍ତମାନ ସମୟରେ ଏକ ଚାଲେଞ୍ଜ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରି ଡାକ୍ତର ସନ୍ତୋଷ କୁମାର ପାଢି ଯୋଗ ଦେଇ ଚାପ ମୁକ୍ତ ଜିବନ ବିତାଇ ପାରିଲେ ମାନସିକ ଅସୁସ୍ଥତାକୁ ଦୂର କରିହେବ ବୋଲି ତାଙ୍କ ବକ୍ତବ୍ୟରେ ମତ ରଖିଥିଲେ । ତତ୍ସହିତ ଜାତିୟ ସ୍ୱାସ୍ଥ୍ୟ ମିଶନ୍ ର କନ୍ଧମାଳ ଜିଲ୍ଲା ପରିଚାଳକ ମନୋରଞ୍ଜନ ସାହୁ ଉପସ୍ଥିତ ରହି ଗାଁଗହଳି ରୁ ଆସି ଯୋଗ ଦେଇଥିବା ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କର ସହଯ ଓ ସୁସ୍ଥ ଜିବନ କାମନା କରିଥିଲେ । କାର୍ଯକ୍ରମରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ରଜତ କୁମାର ଦିଗାଲ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ୍ , ଅତିରିକ୍ତ ଜିଲ୍ଲା ପଷୁ ଚିକିତ୍ସା ଅଧିକାରି ଡାକ୍ତର ପ୍ରଣବ କିଶୋର ପଟନାୟକ, ଫୁଲବାଣୀ ବ୍ଲକ୍ ସାମିଜିକ ସୁରକ୍ଷା ଅଧିକାରୀ ଉଷାରାଣୀ ପ୍ରଧାନ, ଫୁଲବାଣୀ ଶିଶୁ ବିକାଶ ଅଧିକାରି ବୈଜୟନ୍ତି ମଲ୍ଲିକ ଉପସ୍ଥିତ ରହି ମାନସିକ ଅସୁସ୍ଥତାରୁ ଜନସାଧାରଣଙ୍କୁ ମୁକୁଳାଇବାକୁ ହେଲେ ଯତ୍ନକାରୀ ମାନଙ୍କର ଭୂମିକା ଅଧିକ ରଖିବାକୁ ପଡିବ ବୋଲି କହିଥିଲେ ତତ୍ସହିତ ଗ୍ରାମ୍ୟ ସ୍ତରରେ ମହିଳା ଓ ଶିଶୁବିକାଶ ତରଫରୁ ନଜର ରଖାଜିବ ବୋଲି ପ୍ରତିଶୃତି ଦେଇଥିଲେ ଏବଂ ନିଜ ନିଜ ବିଭାଗରେ ଥିବା ବ୍ୟବସ୍ଥାକୁ ପାଥେୟ କରି ଯେତେ ଦୂର ସମ୍ଭବ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ । ବରିଷ୍ଠ ଆଇନ୍ଜିବୀ ବିଜୟକୃଷ୍ଣ ପଟ୍ଟନାୟକ ରୋଟାରୀ କ୍ଲବ୍ ଫୁଲବାଣୀଙ୍କ ତରଫରୁ ସମସ୍ତ ସହଯୋଗ କରାଯିବ ବୋଲି ଘୋଷଣା କରିଥିଲେ । ବେସିକ୍ ନିଡ୍ ଇଣ୍ଡିଆର ରାଜ୍ୟ ସଂଯୋଯକ ରାଜିବ କର୍ମୀ ପ୍ରକଳ୍ପ ମାଧ୍ୟମରେ କରାଯାଉଥିବା କାର୍ଯ୍ୟକ୍ରମ ଗୁଡିକୁ ଉପସ୍ଥାପନା କରିବା ସହିତ ଏହା କିପରି ଗୋଷ୍ଠି ସ୍ତରରେ ପରିଚାଳନା କରାଯାଇପାରିବ ତାହା ଗୁରୁତ୍ୱ ଦେଇଥିଲେ । ଅନୁଷ୍ଠାନର ସଂପାଦକ ହରି ଶଙ୍କର ରାଉତ ସଭା ପରିଚାଳନା କରିବା ସହ ସ୍ୱାତୀ ଅନୁଷ୍ଠାନ ସଦାସର୍ବଦା ମାନସିକ ଅସୁସ୍ଥ ବ୍ୟକ୍ତି ଙ୍କ ପାଇଁ ସବୁ ସମୟରେ ସେବା ଜାରିରଖିବ ବୋଲି ପ୍ରତିଶୃତି ଦେଇଥିଲେ । ମାନସିକ ଅସୁସ୍ଥ କାର୍ଯ୍ୟକ୍ରମର ଏକ ସମ୍ୟକ ବିବରଣୀ ପ୍ରକଳ୍ପ ସଂଯୋଯକ ବୈକୁଣ୍ଠ ଚନ୍ଦ୍ର ଦାସ ପି.ପି.ଟି. ମାଧ୍ୟମରେ ଉପସ୍ଥାପନା କରିଥିଲେ ।ଆଲୋକ ସାମନ୍ତରାଏ, ପ୍ରଦିପ ସ୍ୱାଇଁ ଓ ଅନ୍ୟ ସ୍ୱେଚ୍ଛାସେବୀ ମାନେ ପରିଚାଳନା ରେ ସହ ଯୋଗ କରିଥିବାବେଳେ ପରିବାର ସହାୟକ ଗୋଷ୍ଠି ତରଫରୁ ଅରୁଣ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.