
ଫୁଲବାଣୀ : କନ୍ଧମାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ବିଶ୍ବ ମତ୍ସ୍ୟ ଦିବସ-୨୦୨୪ ପାଳିତ ହୋଇଯାଇଛି। ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରଫୁଲ୍ଲ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମାନ୍ୟବର ବିଧାୟକ, ଫୁଲବାଣୀ ଶ୍ରୀଯୁକ୍ତ ଉମା ଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ଯ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଶମ୍ଭୁନାଥ ନନ୍ଦୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସ୍। ଅଧିକାରୀ ଶ୍ରୀ ସଂଜୀବ କୁମାର ପଟେଲ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା ବିଭାଗ ଶ୍ରୀ ପ୍ରସନ୍ନ କୁମାର ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ କହଁର ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଏହି ଦିବସର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ଜିଲ୍ଲାର ୧୨ ଗୋଟି ବ୍ଲକରୁ ୭୦ ଜଣ ମତ୍ସ୍ୟ ଚାଷୀ,ମତ୍ସ୍ୟ ଉଦ୍ୟୋଗୀ, ମାଛ ଯାଆଁଳଉତ୍ପାଦନକାରୀ ,ପ୍ରାଥମିକ ମତ୍ସ୍ୟ ସମବାୟ ସମିତିର ସଦସ୍ୟ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ସମେତ ବ୍ଲକର ସମସ୍ତ ସହକାରୀ ମତ୍ସ୍ୟ ଅଧିକାରୀର ମାନେ ଯୋଗ ଦେଇଥିଲେ। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ନନ୍ଦୀ ଚାଷୀ ମାନଙ୍କୁ ମତ୍ସ୍ୟ ଚାଷ ସମ୍ବନ୍ଧୀୟ ବିଭିନ୍ନ ଯୋଜନାରୁ ଫାଇଦା ଉଠାଇବା ପାଇଁ ପ୍ରବର୍ତ୍ତାଇ ଥିଲେ। ଏହି ଅବସରରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସ୍। ଅଧିକାରୀ ପ୍ରାଣୀ ବିଭାଗ ଯୋଜନା ଗୁଡିକ ଅବଗତ କରାଇଥିବା ବେଳେ ଜଳଛାୟା ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ କ୍ଷେତ ପୋଖରୀରେ ମତ୍ସ୍ୟ ବିଭାଗ ସହାୟତାରେ ମାଛ ଚାଷ କରିବା ଉପରେ ଗୁରୁତ୍ବାରୋପ କରିବା ସହିତ ମତ୍ସ୍ୟ ଚାଷୀଙ୍କୁ ଉତ୍ସାହିତ କରିଥିଲେ। ଏହି ଦିବସରେ ୨ ଜଣ ସଫଳ ମତ୍ସ୍ୟ ଚାଷୀ, ୧ ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପୁରସ୍କୃତକରାଯାଇଥିବା ବେଳେ ୭ ଜଣ ମତ୍ସ୍ୟ ଚାଷୀଙ୍କୁ ମତ୍ସ୍ୟ ବିପଣନ ନିମନ୍ତେ ପ୍ରଧାନାମନ୍ତ୍ରୀ ମତ୍ସ୍ୟ ଯୋଜନା ଅନ୍ତର୍ଗତ ଅଟୋ ସହିତ ବରଫ ବାକ୍ସ ବିତରଣ କରାଯାଇଥିଲା। ସହକାରୀ ମତ୍ସ୍ୟ ଅଧିକାରୀ,ରାଇକିଆ ମତ୍ସ୍ୟ ବିଭାଗର ବିଭିନ୍ନ ଯୋଜନା ସମ୍ବନ୍ଧରେ ଆଲୋକପାତ କରିଥିଲେ। ଶେଷରେ ସହକାରୀ ମତ୍ସ୍ୟ ଅଧିକାରୀ, କ. ନୂଆଗାଁ ଧନ୍ୟବାଦ ଅର୍ପଣ କରିଥିଲେ।