ଛତ୍ରପୁର : ଭୁବନେଶ୍ୱର ଠାରେ ରାଜ୍ଯ ସ୍ତରୀୟ ବିଜ୍ଞାନ ମେଳା ଓ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଆୟୋଜିତ ବିଜ୍ଞାନ କୁଇଜ ପ୍ରତିଯୋଗିତାରେ ଛତ୍ରପୁର ବ୍ଳକ ଅନ୍ତର୍ଗତ ଟାଙ୍ଗଣା ପଲ୍ଲୀ ଶ୍ରୀନୀଳକଣ୍ଠେଶ୍ବର ନୋଡାଲ ବିଦ୍ୟାପୀଠର ଦଶମ ଶ୍ରେଣୀର ଛାତ୍ର ଅବିନାଶ ବୈଦ୍ୟ ପ୍ରଥମ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଦ୍ବାରା ପୁରସ୍କୃତ ହୋଇ ପ୍ରମାଣ ପତ୍ର ପ୍ରାପ୍ତ ହୋଇଥିବା ଖବର ପାଇ ବିଦ୍ୟାଳୟରେ ଖୁସିର ବାତାବରଣ ଖେଳି ଯାଇଛି।ଅବିନାଶ ଛତ୍ରପୁର ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ଓ ଗଞ୍ଜାମ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ବିଜ୍ଞାନ କୁଇଜରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ଯ ସ୍ତରରେ ଅଂଶଗ୍ରହଣ କରି ଏବଂ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।ତାଙ୍କର ଏହି କୃତିତ୍ବରେ ପ୍ରଧାନଶିକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀ,ଦୁଇ ବିଜ୍ଞାନ ଶିକ୍ଷକ ବିଷ୍ଣୁ ପ୍ରିୟା ପାଢୀ ଓ ସ୍ନେହାଶୀଷ ମହାନ୍ତିଙ୍କ ସମେତ ଅଭିରାମ ସାହୁ,ଯୁଧିଷ୍ଠିର ବେହେରା,ଏନ.ସି.ସି.ଫାଷ୍ଟ ଅଫିସର ସୁଧାକର ବଳୀ,କେ.ଜୟଶ୍ରା ଦୋରା, ନନ୍ଦିନୀ ସେଠୀ, ଭାଗିରଥୀ ମିଶ୍ର, ଯମୁନା ରେଡି,ଉଷାରାଣୀ ମିଶ୍ର, ପର୍ଶୁରାମ ପାତ୍ର ପ୍ରମୁଖ ଖୁସି ବ୍ଯକ୍ତ କରିବା ସଙ୍ଗେ ସଙ୍ଗେ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।ବିଦ୍ୟାଳୟର ଏହି ଗୌରବ ପାଇଁ ବିଦ୍ୟାଳୟର ପୂର୍ବତନ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା,ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସଭାପତି ଗଦାଧର ରାଉଳ, କାର୍ଯ୍ଯକାରୀ ସଭାପତି ପ୍ରକାଶ ଚନ୍ଦ୍ର ବିଷୋୟୀ,ସରପଞ୍ଚ ବି.ସୁଦାମ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲକ୍ଷ୍ମୀନାରାୟଣ ଶତପଥୀ,ଅବସରପ୍ରାପ୍ତ ଶିକ୍ଷକ କୋରା ମହାରଣା,ଅମରେଶ୍ବର ସାହୁ,ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଅନ୍ଯାନ୍ଯ ପୂର୍ବତନ ଛାତ୍ର ଅବିନାଶ ଓ ଶିକ୍ଷକ ମାନଙ୍କୁ ଶୁଭେଛା ଅଭିନନ୍ଦନ ଜ୍ଞାପନ କରିଛନ୍ତି।
