ଅଙ୍ଗନବାଡି କର୍ମୀ ସମାବେଶ : ଡିସେମ୍ବର ୧୯ ରେ ଆନ୍ଦୋଳନ ଚେତାବନୀ

add-all

ସମ୍ବଲପୁର/ କୁଚିଣ୍ଡା : ସରକାର ଦିନକୁ ଦିନ ଅଙ୍ଗନବାଡି କର୍ମୀ ଙ୍କ ଉପରେ କାର୍ଯ୍ୟଭାର ବଢାଇ ଚାଲିଛନ୍ତି l ହେଲେ ସେମାନଙ୍କ ଭତ୍ତା ବୃଦ୍ଧି ହେଉ ନାହିଁ l ସାମାଜିକ ନିରାପତ୍ତା ଯୋଜନା ରେ ସାମିଲ କିମ୍ବା ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦିଆ ଯାଉ ନାହିଁ l ତେଣୁ ଏ ଦିଗରେ ପଦକ୍ଷେପ ଗ୍ରହଣ କରା ନଗଲେ ଡିସେମ୍ବର ୧୯ ରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କୁଚିଣ୍ଡା ରେ ପଶ୍ଚିମ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ଵରେ ପଶ୍ଚିମ ଓଡିଶା ସ୍ତରୀୟ ଅନୁଷ୍ଠିତ ବିଶାଳ ସମାବେଶ ରେ ନିଷ୍ପତ୍ତି ଗ୍ରହଣ କରାଯାଇଛି l ସଭାନେତ୍ରୀ ଦିଶିଲା ଧୁରୁଆ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂଘ କହିଛି, ସରକାର ଙ୍କ ପକ୍ଷରୁ ଯେଉଁ ମୋବାଇଲ୍ ଫୋନ୍ ୨୦୧୯ ମସିହାରେ ଦିଆଯାଇଥିଲା, ବର୍ତ୍ତମାନ ୫ -ଜି ଯୁଗରେ ସେଥିରେ କାମ କରି ହେଉନାହିl ରିଚାର୍ଜ ବାବଦରେ ବର୍ଷକୁ ଯାହା ଦିଆଯାଉଛି ତାହା ନିଅଣ୍ଟିଆ ହେଉଛି l ସେହିପରି ପ୍ରାକ୍ ବିଦ୍ୟାଳୟ ଶିଶୁ ଙ୍କ ରନ୍ଧନ ଖାଦ୍ୟ ଏସ୍ ଏନ୍ ପି ଓ ଟି ଏଚ୍ ଆର୍ ବଜାର୍ ଦର ଅନୁସାରେ ସଂଶୋଧନ ହେଉ l ଶ୍ରମିକର ମାନ୍ୟତା ଦେବା, ଅଣ୍ଡା ବଜାର ଦର ଅନୁସାରେ ଦେବା, ଯିବା ଆସିବା ଖର୍ଚ୍ଚ ଦେବା, ଗାଆଁ କଲ୍ଯାଣ ସମିତି ରୁ କର୍ମୀଙ୍କୁ ବାଦ ଦେବା, ଅଙ୍ଗନବାଡି କେନ୍ଦ୍ର କୁ ବିଦ୍ୟୁତ ଏବଂ ପାନୀୟ ଜଳର ସୁବିଧା ଉପଲବ୍ଧ କରିବା, ୧୦୦ ଶତକଡା ପଦୋନ୍ନତ ଦେବା ପ୍ରଭୁତି ଦାବି କରାଯାଇଛି l ପଶ୍ଚିମ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ କେନ୍ଦ୍ରୀୟ ସାଧାରଣ ସମ୍ପାଦକ ପ୍ରଭାସିନୀ ପାଢୀ, ଉପଦେଷ୍ଟା ଶାନ୍ତି ଲତା ପଟେଲ, ଶୈରିନ୍ଦ୍ରୀ ମହାନନ୍ଦ, ହେମାଦ୍ରି ପ୍ରଧାନ, କନକ ପ୍ରଧାନ, ସୁଲେଖା ବେହେରା, ରତ୍ନ ସାହୁ ସମେତ ଜିଲ୍ଲା ର ସମସ୍ତ ବ୍ଲକ ରୁ ଶତାଧିକ ଅଙ୍ଗନବାଡି କର୍ମୀ ଓ ସହାୟିକା ଉପସ୍ଥିତ ଥିଲେ |

ad-week
Leave A Reply

Your email address will not be published.