ପୂର୍ବତନ ସଙ୍ଘ ଚାଳକ ରମେଶ ଚନ୍ଦ୍ର ସାହୁଙ୍କ ପରଲୋକ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘର ବରିଷ୍ଠ କର୍ମକର୍ତ୍ତା ତଥା ପୂର୍ବତନ ସଙ୍ଘ ଚାଳକ ରମେଶ ଚନ୍ଦ୍ର ସାହୁଙ୍କ ରବିବାର ଭୋରରେ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୮୦ ବର୍ଷ ହୋଇଥିଲା ।କନ୍ଧମାଳ ଜିଲ୍ଲାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘକୁ ସକ୍ରିୟ କରିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ସ୍ବର୍ଗତ ସାହୁ ୧୯୭୫ ମସିହାରେ ଜରୁରୀ କାଳୀନ ପରିସ୍ଥିତି ସମୟରେ ଜେଲ ଯାଇଥିଲେ I ସ୍ଵର୍ଗତ ରମେଶ ଭାଇ ମୃତ୍ୟୁରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମା ଚରଣ ମଲିକ, ବର୍ତ୍ତମାନର ସଙ୍ଘ ଚାଳକ ଆଇନଜିବୀ ରମେଶ ଭାଇ, ଟି ଶିବ ଶଙ୍କର ପାତ୍ର, ବରିଷ୍ଠ ଆଇନଜୀବୀ ଭଗବାନ ମାହାନ୍ତି, ରମେଶ ଚନ୍ଦ୍ର ମହାନ୍ତି,ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା, ବିଶ୍ବ ହିନ୍ଦୁପରିଷଦର ପ୍ରିୟ ନାଥ ଶର୍ମା,ପ୍ରିୟ ରଞ୍ଜନ ଚୌଧୁରୀ, ଅରୁଣ ପଣ୍ଡା,ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀ, ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ , ସମ୍ପାଦକ ବିରେନ୍ଦ୍ର ସୁବୁଦ୍ଧି, ବରିଷ୍ଠ ସାମ୍ବାଦିକ ଡଃ ଅରୂପ ଜେନା, ଅଶୋକ ପରିଡା ପ୍ରମୁଖ ଗଭୀର ଶୋକ ବ୍ୟକ୍ତି କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଫୁଲବାଣୀ ସ୍ଥିତ ଶାଖାରେ ଏବଂ ଶିଶୁ ମନ୍ଦିରରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା l

ad-week
Leave A Reply

Your email address will not be published.