‘ଓଡ଼ିଶାରେ ୩ ଦିନ ରହିବେ ପ୍ରଧାନମନ୍ତ୍ରୀ’

add-all

ଓଡ଼ିଶାରେ ହେବାକୁ ଥିବା ୩ ଦିନିଆ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଥିପାଇଁ ସେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। 

ସେ କହିଛନ୍ତି, ଡିଜିପି ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିବେ। ସେ ୩୦ ଓ ଡିସେମ୍ବର ୧ ତାରିଖରେ ଡିଜିପି ସମ୍ମିଳନୀରେ ଭାଗ ନେବେ। 

ଆଇନ ମନ୍ତ୍ରୀଙ୍କ ପୂର୍ବରୁ ଡିଜିପି ୱାଇ. ବି ଖୁରାନିଆ ସୂଚନା ଦେଇଥିଲେ ଯେ ୨୯ ତାରିଖରୁ ରାଜ୍ୟରେ ଚାଲିବାକୁ ଥିବା ୩ ଦିନିଆ ଡିଜିପି ସମ୍ମିଳନୀ ପାଇଁ ପ୍ରସ୍ତୁତି ସରିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଯୋଗ ଦେବେ। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡିଜିପି ଯୋଗଦେବେ। ଏହା ସହିତ ବିଭିନ୍ନ ସୁରକ୍ଷା ଏଜେନ୍ସୀର ମୁଖ୍ୟମାନେ ଏଥିରେ ଯୋଗ ଦେବେ। ଜାତୀୟ ସ୍ତରରେ ଥିବା ସୁରକ୍ଷା ଜନିତ ସମସ୍ୟା ସମ୍ପର୍କରେ ଏହି ସମ୍ମିଳନୀରେ ଆଲୋଚନା କରାଯିବ। ରାଜ୍ୟର ସୁରକ୍ଷା ନେଇ ମଧ୍ୟ ଆଲୋଚନା ହେବ।

ପ୍ରଥମ ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏହି ସମ୍ମିଳନୀକୁ ଉଦଘାଟନ କରିବେ। ସରକାରଙ୍କ ବିଭିନ୍ନ ଏଜେଣ୍ଡା ସମ୍ପର୍କରେ ସେଠାରେ ଆଲୋଚନା ହେବ । ଏଥିପାଇଁ ଅତିଥି ରହିବା ସ୍ଥାନ, ମିଟିଂ ସ୍ଥାନରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଓଡ଼ିଶା ପୁଲିସ ପକ୍ଷରୁ ସମସ୍ତ ସୁରକ୍ଷା ସମ୍ପର୍କିତ ବ୍ୟବସ୍ଥା ଗ୍ରହଣ କରାଯାଇଛି।   

ad-week
Leave A Reply

Your email address will not be published.