ଫୁଲବାଣୀ ସଦର ମହକୁମାକୁ ରେଳ ସଂଯୋଗ ନେଇ ନାଗରିକ କମିଟିର ବୈଠକ

add-all

ଫୁଲବାଣୀ :ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ନିର୍ମାଣ ପାଇଁ ନୂଆ ଡିପିଆର ପ୍ରସ୍ତୁତ କରିବାକୁ ରେଳମନ୍ତ୍ରଣାଳୟ ପରାମର୍ଶ ଦେବା ସତ୍ତ୍ବେ ଓଡିଶା ସରକାରଙ୍କ ଓରିଡିଲ ସଂସ୍ଥା ଏ ପର୍ଯ୍ୟନ୍ତ ପୂନଃ ଡିପିଆର ପ୍ରସ୍ତୁତ ନ କରିବା ଦୁଃର୍ଭଗ୍ୟଜନକ।ପ୍ରତି ଜିଲ୍ଲା ସଦର ମହକୁମାକୁ ରେଳପଥ ସଂଯୋଗ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦଶପଲ୍ଲା ରେଳଷ୍ଟେସନ ଉଦ୍ଘାଟନ ଅବସରରେ ଘୋଷଣା କରିଥିଲେ।ଇତି ମଧ୍ୟରେ ଏକ ବର୍ଷ ଅତିକ୍ରାନ୍ତ ହୋଇସାରିଛି, ହେଲେ ନୂଆ ଡିପିଆର ଦାଖଲ ସମ୍ପର୍କରେ ଓରିଡିଲ ପକ୍ଷରୁ କୌଣସି ଅଗ୍ରଗତି ହୋଇନାହିଁ।ତେଣୁ ଆନ୍ଦୋଳନ ପାଇଁ ଜିଲା ମିଳିତ ନାଗରିକ କମିଟି ପକ୍ଷରୁ ବନାନୀ କଳା ସଙ୍ଗମଠାରେ ଏକ ଆଲୋଚନା ହୋଇଯାଇଛି।ଏହି ଅବସରରେ ଡ ଅରୁପ ଜେନାଙ୍କ ସହ ରବିନ୍ଦ୍ର ନାଥ ମିଶ୍ର,ଟି ରାଜଗୋପାଳ ପାତ୍ର, ନାରାୟଣ ସାହୁ, ରାମକୃଷ୍ଣ ବେହେରା, ଦୁର୍ଯ୍ୟୋଧନ ପ୍ରଧାନ, ଅଶୋକ ମିଶ୍ର,ପ୍ରମୋଦ ସାହୁ, ପିତାମ୍ବର ମିଶ୍ର, ମଧୁସୂଦନ ସାହୁ,ପ୍ରଣବ ମଣ୍ଡଳ, ବିକାଶ ମହାନ୍ତି ପ୍ରମୁଖ ଯୋଗ ଦେଇ ଆଗାମୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ।

ad-week
Leave A Reply

Your email address will not be published.