୭୬ ତମ ଏନ୍‌ସିସି ଦିବସ ପାଳିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ରେ ୭୬ ତମ ଏନ୍‌ସିସି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସୁବାଷ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ପତକା ଉତ୍ତୋଳନ କରିଥିଲେ । ଏଥି ସହିତ ଏନସିସି ଦିବସର ଉଦ୍ଦେଶ୍ୟ ଆଭିମୁଖ୍ୟ ସହ ଏହି ଏନସିସି ନେଇ ଅନେକ ଛାତ୍ରଛାତ୍ରୀ ଡିଫେନ୍ସରେ ଚାକିରୀ ପାଇଛନ୍ତି ଆଗକୁ ମଧ୍ଯ ପାଇବେ ବୋଲି ମତ ପ୍ରକାଶ କରିଥିଲେ। ତତସହିତ
ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ ।ବହୁ ସଂଖ୍ୟାରେ ପୂର୍ବତନ ଏନସିସି କ୍ୟାଡ଼େଟ୍ ମାନେ ଉପସ୍ଥିତ ଥିଲେ l ଶେଷରେ କଲେଜ କ୍ୟାମ୍ପସ ଭିତରେ ଏନସିସି ଛାତ୍ରଛାତ୍ରୀ ମାନେ ସଫେଇ କାର୍ଯ୍ୟକ୍ରମ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଏନସିସି ଅଧିକାରୀ ମେଜର ଡଃ ସଂଜୀବ ବଳୀଆରସିଂହ ଆୟୋଜନ କରିଥିଲେ l

ad-week
Leave A Reply

Your email address will not be published.