ନୂଆପଡା ଶ୍ରୀବାଲାଜୀ ମହା ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

add-all

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ନୂଆପଡ଼ା ଶ୍ରୀ ବାଲାଜୀ ମହା ବିଦ୍ୟାଳୟରେ ଆଜି ସକାଳ ଏଗାର ଘଣ୍ଟା ସମୟରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବ ରେ ଅଧ୍ୟାପିକା ରଶ୍ମୀ ରେଖା ବେହୁରା ଅଧ୍ୟକ୍ଷତା କରିଥିବା ବେଳେ ମହା ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଶ୍ରୀ ଅୟସକାନ୍ତି ମହାନ୍ତି, ଏକାମ୍ର ସାହୁ ଭୋଜରାମ ସା ଓ ରାମକୃଷ୍ଣ ପାଣିଗ୍ରାହୀ ଯୋଗ ଦେଇଥିଲେ। ଜାତୀୟ ସେବା ଯୋଜନାର ଅଧିକାରୀ ଶ୍ରୀ ସରୋଜ କୁମାର ଦାସ, ୟୁଥ୍ ରେଡ କ୍ରସ ଅଧିକାରୀ ଦିଲିପ କୁମାର ବେହେରା ଓ ପିଙ୍କୁ ପ୍ରଧାନ ସଭା କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ। ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ସମ୍ବିଧାନ ଦିବସ ଉପଲକ୍ଷେ ଅଭିଭାଷଣ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମହା ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ମହା ବିଦ୍ୟାଳୟର ଜାତୀୟ ସେବା ଯୋଜନାର ଅଧିକାରୀ ସରୋଜ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

ad-week
Leave A Reply

Your email address will not be published.