ଟାୱାର କାର୍ଯ୍ୟକ୍ଷମ ପାଇଁ ଉପ ଜ଼ିଲ୍ଲାପାଳ ଓ କନ୍ଧମାଳ ସାଂସଦ ଙ୍କୁ ଦାବୀ ପତ୍ର ପ୍ରଦାନ…

add-all


ବାଲିଗୁଡା : ଜିଓ ଟାୱାର ତିନି ବର୍ଷ ହେଲା ଚାଲିଛି କିନ୍ତୁ ଡାଟା କାର୍ଯ୍ୟକ୍ଷମ ହେଉନି ଫଳରେ ପିଲାଙ୍କ ପାଠ ପଢ଼ା ସହ ସରକାରୀ କାର୍ଯ୍ୟ ବ୍ୟାହତ ହେଉଛି ଏହିଭଳି ନେଟୱାର୍କ ସମସ୍ୟା ର କରୁଣ ଚିତ୍ର ଦେଖିବାକୁ ମିଳିଛି, ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ର ଲେତିଙ୍ଗିଆ ଗ୍ରାମ ପଂଚାୟତ ରେ ଦେଖିବାକୁ ମିଳିଛି l ଟାୱାର ଧରୁନି ପାଠ ପଢା ସହ ସମସ୍ତ ସରକାରୀ କାମ ବ୍ୟାହତ ସୃଷ୍ଟି ହେଉଛି l ପିଲାମାନେ ଅନଲାଇନ ପାଠପଢ଼ା କଣ ଜାଣନ୍ତି ନାହିଁ l ଗତ ସରକାର ଅମଳ ରେ ପ୍ରତ୍ୟେକ ଗ୍ରାମ ପଂଚାୟତ ରେ ସ୍ମାର୍ଟ ସ୍କୁଲ ନିର୍ମାଣ ହୋଇଛି, ଇ-ଲାଇବ୍ରେରୀ ପାଇଁ କମ୍ପ୍ୟୁଟର ଯୋଗାଇ ଦିଆଯାଇଛି ସତ କିନ୍ତୁ ଏହା ଧର୍ମକୁ ଆଖିଠାର, ଗାଁ କୁ ନେଟୱାର୍କ ଆସୁନଥିବାରୁ ସ୍ମାର୍ଟ ସ୍କୁଲ ର ଯନ୍ତ୍ରଂlଶ ସବୁ ନଷ୍ଟ ହେବାକୁ ବସିଲାଣି ନେଟୱାର୍କ ଆସୁନଥିବାରୁ ସରକାରୀ କାମ ହୋଇ ପାରୁନି l ରୋଗୀ ଓ ପ୍ରସୂତୀ ମହିଳା ଙ୍କୁ ଜରୁରୀକାଳୀନ ସେବା ଯୋଗାଇ ଦେବାରେ ଅସୁବିଧା ହେଉଛି l ଆସନ୍ନ ପ୍ରସବା ମହିଳା ଓ ରୋଗୀ ଚିକିତ୍ସା ସେବା ନ ପାଇ ବହୁଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ ନେଇ ଲେତିଙ୍ଗିଆ ସରପଞ୍ଚ, ସମିତି ସଭ୍ୟ ଓ ଗ୍ରାମବାସୀ ବାଲିଗୁଡା ଉପ ଜ଼ିଲ୍ଲାପାଳ ଡ଼ଃ ରୀନା ପ୍ରଧାନ ଓ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କୁ ଦାବୀପତ୍ର ଦେଇଛନ୍ତି l ଗତ ସରକାର ସମୟରେ ଟାୱାର କାର୍ଯ୍ୟକ୍ଷମ କରିବା ପାଇଁ ଗ୍ରାମବାସୀ ବହୁବାର କ. ନୂଆଗାଁ ବିଡ଼ିଓ, କନ୍ଧମାଳ ଜ଼ିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଫଳଶୁ୦ନ l ବର୍ତ୍ତମାନ ର ସରକାର ଲୋକଙ୍କ ସରକାର ମୋହନ ସରକାର ଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ରହିଛି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ ପ୍ରତି ମଧ୍ୟ ଲୋକେ ଆସ୍ଥା ପ୍ରକଟ କରିଛନ୍ତି ଏବଂ ଖୁବ ଶୀଘ୍ର ଜିଓ ନେଟୱାର୍କ ସମସ୍ୟା ଆଉ ରହିବ ନାହିଁ ବୋଲି ଗ୍ରାମ ପଂଚାୟତ ବାସୀ ଆଶାବାଦୀ ଅଛନ୍ତି ତେବେ ପ୍ରଶାସନ କେବେ ଲୋକଙ୍କ ଗୁହାରୀ ଶୁଣି ସମସ୍ୟା ଦୂର କରୁଛି ଦେଖିବାକୁ ବାକି ରହିଲା l

ad-week
Leave A Reply

Your email address will not be published.