ଅଶ୍ଳୀଳ ଭିଡିଓ ମାମଲା; ରାଜ କୁନ୍ଦ୍ରାଙ୍କ ଘର ଓ ଅଫିସରେ ED ଚଢାଉ

add-all

ବ୍ୟବସାୟୀ ତଥା ଅଭିନେତା ରାଜ କୁନ୍ଦ୍ରାଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳ (ED)ର ଚଢାଉ। ଆଜି କୁନ୍ଦ୍ରାଙ୍କ ବାସଭବନ ସମେତ କାର୍ଯ୍ୟାଳୟରେ ଚଢାଉ କରିଛି ଇଡି। ମୋବାଇଲ ଆପ୍ ଜରିଆରେ ଅଶ୍ଳୀଳ କଣ୍ଟେଣ୍ଟ ତିଆରି ଏବଂ ବିତରଣ କରିବା ମାମଲାରେ ଏହି ଚଢାଉ ହୋଇଛି।

ସୂଚନା ଅନୁସାରେ, ଇଡି ପର୍ଣ୍ଣୋଗ୍ରାଫି କଣ୍ଡେଣ୍ଟ ବିତରଣରେ ଅର୍ଥ ହେରଫର ମାମଲାର ତଦନ୍ତ କରିଛି। ଦୀର୍ଘ ଦିନ ହେବ ଇଡି ସ୍କାନରରେ ଥିଲେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ଏପରିକି ଏହି ମାମଲାରେ ମଧ୍ୟ ସେ ଜେଲ୍ ଯାଇଥିଲେ। ଆଜି ପୁଣି ହଠାତ୍ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ଅଭିଯୋଗ ଅନୁସାରେ, ରାଜ କୁନ୍ଦ୍ରା ପର୍ଣ୍ଣୋଗ୍ରାଫି ଭିଡିଓ ତିଆରି କରିବା ସହ ବିତରଣ କରୁଥିଲେ। ମୋବାଇଲ୍ ଆପ୍ ‘Hotshots’ ଜରିଆରେ ଏସବୁ ଭିଡିଓ ପଠା ଯାଉଥିଲା। ଏହି ଉପାୟରେ ସେ ବିପୁଳ ଅର୍ଥ ଉପାର୍ଜନ କରୁଥିଲେ।

ଏସବୁ ଭିଡିଓ ପୂର୍ବରୁ ଆପଲ୍ ଏବଂ ଗୁଗଲ୍ ପ୍ଲେ ପରି ପ୍ଲାଟଫର୍ମରେ ଉପଲବ୍ଧ ହେଉଥିଲା। କିନ୍ତୁ ଅଭିଯୋଗ ଆସିବା ପରେ ଆଇନଗତ ଯାଞ୍ଚ କରାଯାଇ ଏହି ସବୁ ଆପକୁ ପ୍ଲାଟଫର୍ମରୁ ରିମୁଭ୍ କରି ଦିଆଯାଇଛି। 

ad-week
Leave A Reply

Your email address will not be published.