ତାମିଲନାଡୁରେ ବାତ୍ୟା, ଓଡ଼ିଶାରେ ପ୍ରଭାବ

add-all

ଭୁବନେଶ୍ୱର: ତାମିଲନାଡୁରେ ବାତ୍ୟା ଭୁବନେଶ୍ବରର କିଛି ସ୍ଥାନରେ ହାଲୁକା ବର୍ଷା l ଆଜି ବାତ୍ୟାରେ ପରିଣତ ହୋଇପାରେ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ। ବାତ୍ୟା ପ୍ରଭାବରେ ଆଜି ସକାଳୁ ଓଡ଼ିଶାର କିଛି ଜିଲ୍ଲାରେ ଆକାଶ ମେଘାଛନ୍ନ ରହିବା ସହ ହାଲୁକା ବର୍ଷା ହୋଇଥିବା ଦେଖିବାକୁ ମିଳିଛି l ତେବେ ଆସନ୍ତାକାଲି ତାମିଲନାଡୁ-ଆନ୍ଧ୍ର ମଝିରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ଫେଙ୍ଗଲ’ l ଓଡ଼ିଶା ଉପରେ ପ୍ରଭାବ ନଥିଲେ ଗତକାଲି ରାଜ୍ୟର କିଛି ସ୍ଥାନରେ ଝିପିଝିପି ବର୍ଷା ହେବା ନେଇ ସମ୍ଭାବନା ରହିଛି l

ସେପଟେ ଅଜିପାଇଁ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି l ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି l ସେହିପରି ଆଗାମୀ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ l ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଂଜାମକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ l

ସେପଟେ ବାତ୍ୟା ପ୍ରଭାବରେ ତାମିଲନାଡୁର ଉପକୂଳବର୍ତ୍ତୀ ଅଞ୍ଚଳରେ ଆସନ୍ତା ଦୁଇ ତିନି ଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଆଜି ଏବଂ କଲି ପାଇଁ ସ୍କୁଲ ଏବଂ କଲେଜଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ନେଇଛନ୍ତି। ବାତ୍ୟା ପ୍ରଭାବରେ ଆଜି ସକାଳରୁ ତାମିଲନାଡୁର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି।

ad-week
Leave A Reply

Your email address will not be published.