ଆଳୁ ସଙ୍କଟ: ୩ମାସ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରୁ ରପ୍ତାନୀ ଉପରେ କଟକଣା

add-all

ଓଡ଼ିଶାର ପିଛା ଛାଡୁନି ଆଳୁ ସଙ୍କଟ । ବଢିଲା ଦର । ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହେବା ପରେ ଏଭଳି ସ୍ଥିତି ଉପୁଜିଛି। ଓଡ଼ିଶାକୁ ଆସୁଥିବା ଶତାଧିକ ଆଳୁଟ୍ରକ ଲକ୍ଷ୍ମଣାନନ୍ଦ ଟୋଲ ଗେଟ୍ ନିକଟ ବେଲଦାଠାରୁ ଫେରିଯାଇଛି । ବେଶ କିଛି ଦିନ ପରେ ଆଳୁ ଦର ବୃଦ୍ଧି ପାଇଥିବା ବେଳେ ଆଳୁ ସଙ୍କଟ ସମ୍ଭାବନା ସୃଷ୍ଟି ହୋଇଛି। ଆଜି ଯାଜପୁର ଜିଲ୍ଲା ବାରବାଟି ବଜାରରେ ଆଳୁ କିଲୋ ପ୍ରତି ୪୦ଟଙ୍କାରେ ବିକ୍ରୀ ହେଉଥିବା ବେଳେ ପିଆଜ କିଲୋ ପ୍ରତି ୫୫ଟଙ୍କାରେ ବିକ୍ରୀ ହେଉଛି। ଯାହାକୁ ନେଇ ଖାଉଟି ଆସନ୍ତୋଷ ପ୍ରକାଶ କରିଛନ୍ତି ।

ପଶ୍ଚିମବଙ୍ଗରେ ଆଳୁ ଅଭାବ ଆଶଙ୍କା ଥିବାରୁ ଅନ୍ୟ ରାଜ୍ୟକୁ ଆଳୁ ଯୋଗାଇବାକୁ ସଫା ସଫା ମନା କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।  ଆସନ୍ତା ଜାନୁଆରୀରୁ ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ଆଳୁ ଅମଳ ନହେବା ପର୍ଯ୍ୟନ୍ତ ପିଆଜ ଓ ଆଳୁ ରପ୍ତାନୀ ଉପରେ ପଶ୍ଚିମବଙ୍ଗ ସରକାର କଟକଣା ଲଗାଇବ ବୋଲି କୁହାଯାଉଛି । ଅଗଷ୍ଟ ମାସରେ ପଶ୍ଚିମବଙ୍ଗ ଆଳୁ ରପ୍ତାନୀ ବନ୍ଦ ଯୋଗୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା ।  ଆଳୁ କିଲୋପିଛା୬୦ ଟଙ୍କା ଛୁଇଁଥିଲା ।  ଏବେ ପୁଣି ଆଳୁ ଉପରେ ପଶ୍ଚିମବଙ୍ଗର କଟକଣା ଖାଉଟିଙ୍କ ଦୁଃଖ ବଢାଇପାରେ । ଆହୁରି ୩ମାସ ପର୍ଯ୍ୟନ୍ତ ଓଡ଼ିଶାର ଖାଉଟିଙ୍କୁ ଆଳୁ ଯାତନା ଭୋଗିବାକୁ ପଡ଼ିବ ।  ଏବେ ଆଳୁ କିଲୋ ପିଛା ୩୫ ଟଙ୍କା ଥିବାବେଳେ ପିଆଜ କିଲୋ ୬୦ ଟଙ୍କା ଅଛି ।

ad-week
Leave A Reply

Your email address will not be published.