ପଥପାର୍ଶ୍ଵ ବନୀକରଣ ନାଁରେ ହରିଲୁଟ୍‌, ପ୍ରହସନ ପାଲଟିଛି ପଥପାର୍ଶ୍ବ ବନୀକରଣ ଯୋଜନା

add-all

ହିଞ୍ଜିଳିକାଟୁ (୨୯/୧୧) : ପ୍ରତି ବର୍ଷ ବନ ବିଭାଗ ପକ୍ଷରୁ ମୋ ପାଇଁ ଗଛ ଟିଏ ମନରେଗା ସହ ବିଭିନ୍ନ ଯୋଜନାରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ସରକାର ଦେଉଛନ୍ତି । କିନ୍ତୁ ତାହା ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହିନତା ଓ ମନ୍ଦ ଉଦ୍ଦେଶ୍ୟ ଯୋଗୁଁ ତାହା ସମ୍ଭବ ହୋଇପାରୁନାହିଁ। ବ୍ରହ୍ମପୁର ବନଖଣ୍ଡ ଅଧିନରେ ହିଞ୍ଜିଳିକାଟୁ ବନାଞ୍ଚଳ ର କଥା ଏହି ବନଖଣ୍ଡର ବିଭିନ୍ନ ଗ୍ରାମ୍ୟ ରାସ୍ତାରେ ବନବିଭାଗ ପକ୍ଷରୁ ପଥପାର୍ଶ ବନୀକରଣ ଯୋଜନା ହେଉଛି କିନ୍ତୁ ତାହା ପ୍ରହସନରେ ପରିଣତ ହେଉଛି । ଯୋଜନାର ସଠିକ ରୂପାୟନ ହୋଇନଥିବାରୁ ସରକାରୀ ତହବିଲରୁ ଖର୍ଚ୍ଚ ହୋଇଥ‌ିବା ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ପାଣିରେ ରେ ପଡ଼ିଥିବା ନେଇ ଅଭିଯୋଗ ହେଉଛି। ଅଭିଯୋଗ କୁ ଭିର୍ତି କରି ଆମେ ହିଞ୍ଜିଳିକାଟୁ ବନାଞ୍ଚଳ ଅଧୂକାରୀ ଘରମଣି ପାଣିଗ୍ରାହୀ ଙ୍କୁ ଯୋଗାଯୋଗ କରିବାରୁ ସେ କହିବା ଅନୁଯାଇ ବନ ବିଭାଗ ର ଅର୍ଥ ପାଶ୍ବ ବିନିକରଣ ହେଉଛି ରାସ୍ତା ପାର୍ଶ୍ବ ଯୋଗୁଁ ଗଛ ଚୋରି ହେଉଥିବା ଓ ଛେଳିମେଣ୍ଢା ଖାଇ ଦେଉଥିବା କହିଛନ୍ତି।କେଉଁ କେଉଁ ଜାଗାରେ କିଛି ରକ୍ଷଣା ବେକ୍ଷଣ ହେଉଛି ଓ କିଛି ବାକି ରହିଛି ତାହାର ସମାଧାନ ଶୀଘ୍ର କରିବୁ ବୋଲି ପ୍ରତିକ୍ରିୟା ଦେଇଛନ୍ତି !ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା କଡ଼ରେ ବନ ବିଭାଗ ପକ୍ଷରୁ ବୃକ୍ଷ ରୋପଣ କରାଯାଇଛି ମାତ୍ର ସେଗୁଡ଼ିକର ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଗୋଟିଏ ମଧ୍ଯ ଗଛ ବଞ୍ଚିପାରୁ ନାହିଁ ବୋଲି ଅଭିଯୋଗ ହୋଇଛି । ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଠାରୁ ଶରଧାପୁର ,ସାରୁ ବୈଷ୍ଣବ ବନ୍ଧ ରୋଡ, ଆମ୍ବ ଗାଁ ଆଦର୍ଶ ବିଦ୍ୟାଳୟ ରୋଡ ବନୀକରଣ ହୋଇଥିବା ଫଳକ ଦର୍ଶାଯାଇଛି।

ମନରେଗା ଯୋଜନାରେ ପଥପାର୍ଶରେ ବନୀକରଣ ପାଇଁ ଆସୁଥିବା ଟଙ୍କାକୁ ବନବିଭାଗ ପକ୍ଷରୁ ହରିଲୁଟ କରାଯାଉଥୁବା ଅଞ୍ଚଳବାସୀ ଅଭିଯୋଗ କଲେ ମଧ୍ୟ କିଛି ଫରକ ପଡୁନି ! ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଆମ୍ବ ଗାଁ ଆଦର୍ଶ ବିଦ୍ୟାଳୟ ରୋଡ ରେ ବିଗତ ଦିନରେ କରାଯାଇଥିବା ବନୀକରଣକୁ ନେଇ ରାସ୍ତା କଡ଼ରେ କୌଣସି ସୂଚନା ଫଳକ ଲଗାଯାଉ ନ ଥିବାରୁ କେଉଁ ଆର୍ଥକ ବର୍ଷରେ କେତେ ଗଛ ଲଗାଯାଇଥିଲା ଓ ଏଥିପାଇଁ କେତେ ଟଙ୍କା ବ୍ୟୟ ହୋଇଥିଲା ସେ ସମ୍ପର୍କରେ କିଛି ଜଣାପଡ଼ୁ ନାହିଁ । ତେବେ ଲଗାଯାଇଥିବା ଗଛ ଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଆସୁଥ‌ିବା ଟଙ୍କା ସବୁ ହରି ଲୁଟ କରାଯାଉଥିବା ନେଇ ଅଭିଯୋଗ ହେଲେ ମଧ୍ୟ କିଛି ପ୍ରଭାବ ଅଧୂକାରୀ ଙ୍କ ଉପରେ ପଡୁନାହିଁ !ଏହା ସହ ଗ୍ରାମାଞ୍ଚଳ ରେ ରହିଥିବା ବୃକ୍ଷ ଗୁଡିକର ରକ୍ଷଣା ବେକ୍ଷଣ ପାଇଁ ସଚେତନତା ସୃଷ୍ଟି କରାଯିବାକୁ ଅଞ୍ଚଳବାସୀ ଅନୁରୋଧ କରୁଛନ୍ତି । ମାତ୍ର ବାସ୍ତବରେ ଦେଖିବାକୁ ଗଲେ ଯେତିକି ଗଛ ଅଛି ତା’ର ସୁରକ୍ଷା ଦିଗରେ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି। ପ୍ରତିବର୍ଷ ବନୀକରଣ ନାଁରେ ଅନେକ କୋଟି ଟଙ୍କା ଅନୁଦାନ ଆସୁଛି। ହେଲେ ଉପଯୁକ୍ତ ବନୀକରଣ ହେଉ ନ ଥିବାରୁ ତା’ର ସଫଳତା ମିଳୁନାହିଁ। ବାସ୍ତବରେ ରାସ୍ତାର ଉଭୟ ପାର୍ଶ୍ୱରେ ଅଳ୍ପ ଗଛ ଲଗାଯାଇଛି। ହେଲେ ସେହି ଗଛଗୁଡ଼ିକର ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ଅଧିକାଂଶ ମରିଯାଉଥିବା ଦେଖିବାକୁ ମିଳିଛି। ବାହାରୁ ଗଛ ଆଣି ଚଢ଼ାଦରରେ ବିଲ୍‌ କରି ଅର୍ଥ ହଡ଼ପ କରାଯାଇଥିବା ଅଭିଯୋଗ ହେଉଛି। ବିଭାଗୀୟ ଉଚ୍ଚ କର୍ତ୍ତୃ ପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଅଭିଯୋଗ ର ଉଚ୍ଚ ସ୍ତରୀୟ ତଦନ୍ତି ସହ ରାସ୍ତା କଡ଼ରେ ପୁଣି ବୃକ୍ଷ ରୋପଣ କରିବାକୁ ଦାବି ହେଉଥ‌ିବା ଚର୍ଚ୍ଚା ଜୋର ଧରିଛି

ad-week
Leave A Reply

Your email address will not be published.