ରୋଟାରୀ କ୍ଲବ ଓ ଏସବିଆଇର ସ୍ଵଛଭାରତ କାର୍ଯ୍ୟକ୍ରମ

add-all

ଫୁଲବାଣୀ : ଭାରତୀୟ ଷ୍ଟେଟ ବ୍ୟାଙ୍କ ଫୁଲବାଣୀ ସହାୟତାରେ ରୋଟାରୀ କ୍ଲବ ଓ ଜିଲ୍ଲା ସଦରମହକୁମା ଡାକ୍ତରଖାନା କର୍ମଚାରୀ ମିଶି ଶୁକ୍ରବାର ସକାଳେ ମେଡିକାଲ ଛକ ସାମନା ରାସ୍ତା ସଫେଇ କରିବା ସହ ଅଳିଆ ଆବର୍ଜନା ଗୁଡିକ ଏଣେ ତେଣେ ନପକାଇ ଡଷ୍ଟବିନରେ ପକାଇ ପରିବେଶକୁ ସ୍ୱଚ୍ଛ ରଖିବାଲାଗି ଲୋକଙ୍କୁ ସଚେତନ କରାଯାଇଥିଲା l କାର୍ଯ୍ୟକ୍ରମରେ ଏସ ବିଆଇ କର୍ମଚାରୀ, ମେଡିକାଲର ବୁଲୁ ନାୟକ ଓ ରୋଟାରୀ କ୍ଲବ ସମ୍ପାଦକ ବିଜୟ ପଟ୍ଟନାୟକ , ବରିଷ୍ଠ ସାମ୍ବାଦିକ ତଥା ରୋଟାରୀ ସଦସ୍ୟ ସୁନୀଲ ପଟ୍ଟନାୟକ , ପୂର୍ବତନ ରୋଟାରୀ ସଭାପତି ହରିଶ୍ଚନ୍ଦ୍ର ମହାରଣା, କେ ଜ୍ଞାନ ଦୋରା, ଦେବେନ୍ଦ୍ର ପlତ୍ର, ବିରାଜିନୀ ମହାପାତ୍ର, କୁନ୍ଦନ ସିଂହ,ମନରଞ୍ଜନ ପଟନାୟକ, ପ୍ରକାଶ ପଣ୍ଡା,ସର୍ବେଶ୍ୱର ମିଶ୍ର, ଙ୍କ ସମେତ ବହୁ ରୋଟାରୀ ସଦସ୍ୟ, ଚାଇନା ମାର୍କେଟ କମିଟି ସଦସ୍ୟ ଉପସ୍ଥିତ ରହି ସଫେଇ କରିଥିଲେ l

ad-week
Leave A Reply

Your email address will not be published.