୧୯ ଲକ୍ଷ ଟଙ୍କା ନେଇ ଧରାଉଥିଲେ ୧୯ ଲକ୍ଷର କାଗଜ ବିଡା, ଧରିଲା ପୋଲିସ, ଦୁଇ ଅଟକ…

add-all

ବ୍ରହ୍ମପୁର : ବ୍ରହ୍ମପୁର ବୈଦ୍ୟନାଥପୂର୍ ଥାନା ଇଲାକାର ଘଟଣା । ବ୍ରହ୍ମପୁରର ବ୍ୟବସାୟୀ ପ୍ରମୋଦ ସାହୁ ଝୁମର କିଣିବା ପାଇଁ କଟକର ଜଣେ ବ୍ୟବସାୟୀଙ୍କ ସହ ସମ୍ପର୍କ ରେ ଥିଲେ। ୬୦ ଲକ୍ଷ ର ପୁରୁଣା ଝୁମର କିଣିବା ପାଇଁ ତାଙ୍କୁ ଅଗ୍ରୀମ ୧୯ ଲକ୍ଷ ଦେବାକୁ କହିଥିଲେ। ଏନେଇ ଖୋଡାସିଂରେ କଟକର ଅଜୟ ଓ ବ୍ରହ୍ମପୁରର ଶିବ ଶଙ୍କର ନାମକ ଦୁଇ ଜଣ ବ୍ୟକ୍ତି ତାଙ୍କୁ ସେହି ଝୁମର ପାଇ ଅଗ୍ରୀମ ଟଙ୍କା ନେଇଥିଲେ। ତେବେ ସେମାନେ ଦେଇଥିବା ୧୯ ଲକ୍ଷର ଟଙ୍କା ଟ୍ରଙ୍କଙ୍କୁ ଚତୁରତାର ସହ ବଦଳାଇ ଅନ୍ୟ ଏକ ସେହିଭଳି ଆକାରର ଟ୍ରଙ୍କ ରେ କାଗଜ ବିଡା ରଖି ଦେଇଥିଲେ। ଏହା ଦେଖି ପ୍ରମୋଦ ସନ୍ଦେହ କରି ଯାଞ୍ଚ ବେଳେ ସେଥିରୁ ଟଙ୍କାବିଡା ଆକାରର ସାଦା କାଗଜ କାଟି ହୋଇ ଥିବା ଦେଖିଥିଲେ। ପରେ ସେ ବୈଦ୍ୟନାଥପୂର୍ ଥାନାରେ ଅଭିଯୋଗ କରିବାରୁ ଏସପି ଶ୍ରବଣ ବିବେକ ଏମ ଙ୍କ ନେତୃତ୍ୱ ରେ ୩ଟି ଟିମ୍ ଚାରିଆଡେ଼ ଚଢାଉ କରି ୧୯ଲକ୍ଷ ଟଙ୍କା ସହ ୨ଜଣ ଅଭିଯୁକ୍ତ କୁ ଧରିଥିଲା । ଅଧିକ ପଚରା ଉଚରା ଚାଲିଥିବା ବ୍ରହ୍ମପୁର ଏସପି କହିଛନ୍ତି।

ad-week
Leave A Reply

Your email address will not be published.