ଭାରତକୁ ଅପମାନର ପ୍ରତିବାଦ: ବାଂଲାଦେଶୀ ରୋଗୀଙ୍କୁ ଡାକ୍ତରଖାନାରେ ଚିକିତ୍ସା ମନା

add-all

ନୂଆଦିଲ୍ଲୀ : ବାଂଲାଦେଶରେ ଲଗାତର ହିନ୍ଦୁଙ୍କ ଉପରେ ବଢ଼ି ଚାଲିଛି ଅତ୍ୟାଚାର। ହିନ୍ଦୁ ଏବଂ ଜାତୀୟ ପତକାର ଅସମ୍ମାନ କରାଯାଉଛି। ଏହାରି ଭିତରେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଡାକ୍ତରମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କୌଣସି ବି ବାଂଲାଦେଶୀ ନାଗରିକଙ୍କ ଚିକିତ୍ସା କରିବାକୁ ସେମାନେ ମନା କରି ଦେଇଛନ୍ତି।
କୋଲକାତାର ଉତ୍ତର ଭାଗରେ ଥିବା ମାଣିକତଲାରେ ଅବସ୍ଥିତ ଜେଏନ୍ ରେ ହସ୍ପିଟାଲ୍‌ର ଡାକ୍ତରମାନେ ବାଂଲାଦେଶୀ ରୋଗୀଙ୍କୁ ଚିକିତ୍ସା ଯୋଗାଇବାକୁ ମନା କରି ଦେଇଛନ୍ତି। ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ବିରୋଧ କରି ଏହି ପଦକ୍ଷେପ ନିଆଯାଇଛି। ଶୁକ୍ରବାର ଦିନ ବାଂଲାଦେଶୀ ନାଗରିକଙ୍କ ଦ୍ୱାରା ଭାରତୀୟ ପତକା ଅପମାନିତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଡାକ୍ତରଖାନାର ଅଧିକାରୀ ସୁଭ୍ରାଂଶୁ ଭକ୍ତ ଏହା କହିଛନ୍ତି।
ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଆମେ କୌଣସି ବାଂଲାଦେଶୀ ରୋଗୀଙ୍କୁ ଚିକିତ୍ସା ପାଇଁ ଗ୍ରହଣ କରିବୁ ନାହିଁ। ବିଶେଷ କରି ସେ ଭାରତ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଛନ୍ତି ବୋଲି ସେ କହିଛନ୍ତି। ଏହାକୁ ପାଳନ କରିବାକୁ ସୁଭ୍ରାଂଶୁ ଭକ୍ତ ସହରର ଅନ୍ୟ ଡାକ୍ତରଖାନାଗୁଡ଼ିକୁ ମଧ୍ୟ ଅନୁରୋଧ କରିଛନ୍ତି।
ହସ୍ପିଟାଲର ନିଷ୍ପତ୍ତି ଯୋଗୁ ଦୁଇ ଦେଶ ମଧ୍ୟରେ ଥିବା ଜଟିଳତା ଆହୁରି ବଢ଼ିପାରେ ବୋଲି ଅଶଙ୍କା କରାଯାଉଛି। ଏବେ ଅନ୍ୟ ଡାକ୍ତରଖାନାଗୁଡ଼ିକ ଏହି ନିଷ୍ପତ୍ତିକୁ ଅନୁସରଣ କରୁଛନ୍ତି କି ନାହିଁ ଏବଂ ଭବିଷ୍ୟତରେ ଏହାର କି ପ୍ରଭାବ ପଡ଼ିବ ତାହା ଦେଖିବା ବାକି ରହିଛି।

ad-week
Leave A Reply

Your email address will not be published.