ପେଙ୍ଗାଲ ପ୍ରଭାବ: ସ୍ଥଳଭାଗ ଛୁଇଁବା ପୂର୍ବରୁ ତାମିଲନାଡୁରେ ପ୍ରବଳ ବର୍ଷା, ପବନ

add-all

ଚେନ୍ନାଇ : ବାତ୍ୟା ‘ପେଙ୍ଗାଲ’ ଶନିବାର ଅପରାହ୍ନରେ ତାମିଲନାଡୁର ପୁଡୁଚେରୀଠାରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ କିଲୋମିଟର ରହିବ। ତେବେ ଏହା ପୂର୍ବରୁ ତାମିଲନାଡୁରେ ପୂର୍ବାହ୍ନ ସମୟରୁ ପ୍ରବଳ ବର୍ଷା ଏବଂ ପବନ ଆରମ୍ଭ ହୋଇଯାଇଛି। ସମୁଦ୍ରରେ ଉଚ୍ଚ ଜୁଆର ଦେଖିବାକୁ ମିଳିଛି। ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ବାତ୍ୟାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଲୋକଭାନଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦେଇଛନ୍ତି। ଶନିବାର ଦିନକୁ ସରକାର ଶିକ୍ଷାନୁଷ୍ଠାନ ଏବଂ ଆଇଟି କମ୍ପାନୀ କର୍ମଚାରୀଙ୍କ ଲାଗି ଛୁଟି ଘୋଷଣା କରିଛନ୍ତି। ଆଇଟି କମ୍ପାନୀଗୁଡ଼ିକ ନିଜ କର୍ମଚାରୀଙ୍କୁ ଘରୁ ରହି କାମ କରିବାକୁ ପରାମର୍ଶ ଦେବା ଲାଗି ସରକାର ଅନୁରୋଧ କରିଛନ୍ତି। ପୂର୍ବତନ ରାସ୍ତା ଏବଂ ପୁରୁଣା ମହାବଳୀପୂରମ ରାସ୍ତାରେ ପରିବହନ ବ୍ୟବସ୍ଥାକୁ ବନ୍ଦ ରଖାଯାଇଛି।

ଅନ୍ୟପଟେ ବ୍ୟାତ୍ୟା ପ୍ରଭାବରେ ଓଡ଼ିଶାରେ ୨ ଦିନ ହେବ କୋହଲା ପାଗ ଲାଗି ରହିଛି। ଶୁକ୍ରବାର ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରଗୁଡ଼ିକର ସ୍ଥାଳେ ସ୍ଥାଳେ ହାଲୁକା ବର୍ଷା ହୋଇଥିଲା। ଶନିବାର ବି ପାଗ ମେଘୁଆ ରହିଛି। ତେବେ ଓଡ଼ିଶାରେ ବାତ୍ୟାର ପ୍ରଭାବ ପଡ଼ିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ ହୋଇଛି।

ad-week
Leave A Reply

Your email address will not be published.