ଆଦିବାସୀ ମହାବିଦ୍ୟାଳୟରେ ରେଡ୍ ରିବନ କ୍ଲବ୍ ପକ୍ଷରୁ ବିଶ୍ଵ ଏଡ଼ସ ଦିବସ ପାଳିତ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ରେଡ୍ ରିବନ କ୍ଲବ୍ ପକ୍ଷରୁ ବିଶ୍ଵ ଏଡ୍ସ ଦିବସ ପାଳିତ ହୋଇଯାଇଛି। ଉକ୍ତ ସଭାରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ରେଡ୍ ରିବନ କ୍ଲବ୍ ଜିଲ୍ଲା ସଂଯୋଜକ ତଥା ଅଧ୍ୟାପକ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ବିବେକାନନ୍ଦ ମଲାଣ କାଉନସେଲର ଦଣ୍ଡପାଣି ଭୂୟାଁ, ଅଧ୍ୟାପକ ଦୁଷ୍ମନ୍ତ ଶବର, କ୍ରୀଡା ପ୍ରଶିକ୍ଷକ ଗଙ୍ଗାଧର ପଣ୍ଡା ପ୍ରମୁଖ ଯୋଗ ଦେଇ ଦିବସର ତାତ୍ପର୍ଯ୍ୟ ବୁଝାଇ ଥିଲେ । ସ୍ଵେଚ୍ଛାସେବୀ ମାନେ ନିଜନିଜର ସନ୍ଦେହ ମୋଚନ ବିଷୟ ବିଶାରଦଙ୍କ ଦ୍ଵାରା କରାଇଥିଲେ। ଏଥିରେ +୨ ଓ +୩ କଳା ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗ ର ଛାତ୍ରୀଛାତ୍ର ଅଂଶ ଗ୍ରହଣ କରିଥିଲେ।

ad-week
Leave A Reply

Your email address will not be published.