ଆଦାନୀ ପ୍ରସଙ୍ଗକୁ ନେଇ ‘ଇଣ୍ଡି’ ମେଣ୍ଟରେ ଫାଟ, ବୈଠକକୁ ବଏକଟ୍‌ କଲା ଟିଏମ୍‌ସି

add-all

ସାଂସର ଶୀତକାଳିନ ଅଧିବେଶ ଚାଲିଛି। ଗୃହରେ ଗତ ଦୁଇ ଦିନ ହେଲା ବିରେଧୀ ଆଦାନୀ ପ୍ରସଙ୍ଗକୁ ନେଇ ଜୋରଦାର ହଙ୍ଗମା କରୁଛନ୍ତି। ଏହାରି ଭିତରେ ଆଦାନୀ ପ୍ରସଙ୍ଗକୁ ନେଇ ‘ଇଣ୍ଡି’ ମେଣ୍ଟରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରୁ ଟିଏମ୍‌ସି ନିଜକୁ ଦୂରେଇ ରଖିଛି।

ଅଦାନୀ ପ୍ରସଙ୍ଗରେ କଂଗ୍ରେସକୁ ସମର୍ଥନ କରୁନାହିଁ ତ୍ରୁଣମୂଳ କଂଗ୍ରେସ। ଏନେଇ ଏକ ସ୍ପଷ୍ଟ ବାର୍ତ୍ତା ଦେଇ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାଡଗେଙ୍କ ଚାମ୍ବରରେ ଇଣ୍ଡିଆ ବ୍ଲକ ନେତାଙ୍କ ବସିଥିବା ବୈଠକକୁ ବୟକଟ୍‌ କରିଛି ଟିଏମ୍‌ସି। ଆଦାନୀ ମାମଲାରେ ସଂସଦକୁ ବାଧା ଦେବାରେ ମୁଖ୍ୟ ବିରୋଧୀ ଦଳ ସହିତ ସେ ସହମତି ନାହିଁ। ଆମେ ଇଣ୍ଡିଆ ମେଣ୍ଟର ଅଂଶ କିନ୍ତୁ ଆଦାନୀ ପ୍ରସଙ୍ଗରେ ଆମର ମତ ଭିନ୍ନ ରହିଥିବା ଟିଏମ୍‌ସି କହିଛି।

ମିଳିଥିବା ସୂତ୍ରର ସୂଚନା ଅନୁସାରେ ଟିଏମ୍‌ସି କହିଛି ଯେ, ସଂସଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯେପରିକି ଦରଦାମ୍‌ ବୃଦ୍ଧି, ବେକାରୀ, ଏବଂ ମଣିପୁର ଅଶାନ୍ତି ଉଠାଯାଇପାରେ। କିନ୍ତୁ କଂଗ୍ରେସ କେବଳ ଆଦାନୀ ପ୍ରସଙ୍ଗ ଉଠାଇବାକୁ ଚାପ ପକାଇବାକୁ ଚାହୁଁଛି। ତେଣୁ ଟିଏମ୍‌ସି ଆଜି ଇଣ୍ଡିଆ ବ୍ଲକୀ ନେତାଙ୍କ ବୈଠକରେ ଯୋଗ ଦେଇନାହିଁ।’

ଆଦାନୀ ଗ୍ରୀନ୍ ନିର୍ଦ୍ଦେଶକଙ୍କ ବିରୋଧରେ ଆମେରିକାର ଜଷ୍ଟିସ୍ ବିଭାଗର ଅଭିଯୋଗ ଉପରେ ଆଲୋଚନା ପାଇଁ ଗୃହର ସମସ୍ତ କାର୍ଯ୍ୟ ସ୍ଥଗିତ ରଖିବାକୁ କଂଗ୍ରେସ ଦାବି କରିଛି। ଆଜି ସକାଳେ ମଧ୍ୟ କଂଗ୍ରେସ ସାଂସଦ ମଣିକମ ଟାଗୋର ଆଦାନୀ ପ୍ରସଙ୍ଗରେ ଆଲୋଚନା ପାଇଁ ଲୋକସଭାରେ ସ୍ଥଗିତାଦେଶ ପ୍ରସ୍ତାବ ଦେଇଥିଲେ।

ତେବେ ଅନେକ ଦଳର ସାଂସଦମାନେ ସାଇକ୍ଲୋନ ଫାଙ୍ଗଲ ଦ୍ୱାରା ହୋଇଥିବା କ୍ଷୟକ୍ଷତି, ଉତ୍ତରପ୍ରଦେଶର ସମ୍ୱାଲରେ ହୋଇଥିବା ମସଜିଦ ସର୍ଭେ ଉପରେ ହିଂସା, ବାଂଲାଦେଶର ISKCON ସାଧୁଙ୍କୁ ଟାର୍ଗେଟ କରିବା ଏବଂ ପଞ୍ଜବାରେ ଧାନ କିଣିବାରେ ବିଳମ୍ବ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଉପରେ ଆଲୋଚନା ପାଇଁ ଦାବି କରୁଛନ୍ତି।

ad-week
Leave A Reply

Your email address will not be published.