ବାତ୍ୟା ପରେ ବନ୍ୟା ସ୍ଥିତି, ରାସ୍ତାରେ ଭାସୁଛି ବସ୍

add-all

ବାତ୍ୟା ‘ଫେଙ୍ଗଲ୍’ ଶନିବାର ରାତିରେ ତାମିଲନାଡ଼ୁ ଓ ପୁଡୁଚେରୀ ଉପକୂଳ ଅତିକ୍ରମ କରିସାରିଛି। ହେଲେ ଉଭୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ଯାହା ଭୟଙ୍କର ବନ୍ୟାର ରୂପ ନେଲାଣି। ତେବେ ତାମିଲନାଡ଼ୁର କ୍ରିଷ୍ଣାଗିରି ଜିଲ୍ଲା ଗତ ଦୁଇଦିନରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଛି। ଜିଲ୍ଲାର ତଳିଆ ଅଞ୍ଚଳରେ ଥିବା ଏକ ରାସ୍ତାରେ କାର, ବସ ଗୁଡ଼ିକ କାଗଜ ଡଙ୍ଗା ଭଳି ପାଣିରେ ଭାସି ଯାଉଥିବା ଦେଖିବାକୁ ମିଳିଛି।

ତାମିଲନାଡ଼ୁ କ୍ରିଷ୍ଣାଗିରି ଜିଲ୍ଲାର ଉଥାଂଗରାଇ ବସ୍ ଷ୍ଟାଣ୍ଡର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି ଯେ ଅନେକ ବସ୍ ବନ୍ୟାଜଳରେ ବୁଡ଼ି ରହିଛି। କେତେକ ବସ୍, କାର୍ ଓ ଅନ୍ୟ ଗାଡ଼ି ଗୁଡ଼ିକ କାଗଜ ଡଙ୍ଗା ପରି ବନ୍ୟାଜଳରେ ଧିରେ ଧିରେ ଭାସି ଯାଉଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି। ସ୍ଥାନୀୟ ଅଧିକାରୀଙ୍କ କହିବା ମୁତାବକ କ୍ରିଷ୍ଣାଗିରି ଜିଲ୍ଲାରେ ଗତ 14 ଘଣ୍ଟାରୁ ଅଧିକ ସମୟ ହେବ ଲଗାଣ ବର୍ଷା ଜାରି ରହିଛି। ତେବେ ଉଥାଂଗରାଇ ଅଞ୍ଚଳରେ ଗତରାତିରୁ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି।

ସେପଟେ ଭାରତୀୟ ପାଣିପାଗ ବିଭାଗ ଆଜି ମଧ୍ୟ ତାମିଲନାଡ଼ୁର କ୍ରିଷ୍ଣାଗିରି ସମେତ ବିଭିନ୍ନ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି। ଏହା ସହିତ ପଡ଼ୋଶୀ କର୍ଣ୍ଣାଟକର ବିଭିନ୍ନ ଜିଲ୍ଲାକୁ ମଧ୍ୟ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି। ପରିସ୍ଥିତିକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ରାଜ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଏବଂ କଲେଜକୁ ବନ୍ଦ ରଖାଯାଇଛି।

ad-week
Leave A Reply

Your email address will not be published.