ରାଜନୀତିରୁ ସନ୍ନ୍ୟାସ ନେଲେ ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିବାସ ଗୋଏଲ୍

add-all

ନୂଆଦିଲ୍ଲୀ : ଆମ୍‌ ଆଦମୀ ପାର୍ଟିକୁ ବଡ଼ ଝଟ୍‌କା। ନିର୍ବାଚନର ଠିକ୍‌ ପୂର୍ବରୁ ଦିଲ୍ଲୀ ବିଧାନସଭା ବାଚସ୍ପତି ଓ ଆମ୍ ଆଦ୍‌ମୀ ପାର୍ଟିର ବରିଷ୍ଠ ବିଧାୟକ ରାମ ନିବାସ ଗୋଏଲ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି। ଏନେଇ ରାମ ନିବାସ ଗୋଏଲ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି।
ଅରବିନ୍ଦ କେଜ୍ରିଓ୍ୱାଳଙ୍କୁ ଲେଖିଥିବା ଚିଠିରେ ରାମ ନିବାସ ଗୋଏଲ କହିଛନ୍ତି ଯେ, ‘ଗତ ୧୦ ବର୍ଷ ଧରି ମୁଁ ବିଧାନସଭାର ବିଧାୟକ ତଥା ବାଚସ୍ପତି ଭାବରେ ମୋର ଦାୟିତ୍ୱକୁ ଦକ୍ଷତାର ସହ ପାଳନ କରିଛି। ତୁମେ ମୋତେ ସବୁବେଳେ ବହୁତ ସମ୍ମାନ ଦେଇଛ, ଯାହା ପାଇଁ ମୁଁ ତୁମ ପାଖରେ ସର୍ବଦା କୃତଜ୍ଞ ରହିବ। ଦଳ ଏବଂ ସମସ୍ତ ବିଧାୟକ ମଧ୍ୟ ମୋତେ ବହୁତ ସମ୍ମାନ ଦେଇଛନ୍ତି, ଏଥିପାଇଁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। ମୋର ବୟସ ହେତୁ ମୁଁ ରାଜନୀତିରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛି। କିନ୍ତୁ ମୁଁ ମୋର ସମସ୍ତ ହୃଦୟ, ମନ ଏବଂ ଧନ ସହିତ ଆମ୍ ଆଦମୀ ପାର୍ଟିର ସେବା ଜାରି ରଖିବି। ଆପଣ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ମୁଁ କରିବାକୁ ଚେଷ୍ଟା କରିବି।’
ସେପଟେ ଗୋଏଲଙ୍କ ଏହି ଘୋଷଣା ପରେ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆମେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରୁ। ଗୋଏଲ ସାହେବ ଆମ ପରିବାରର ଅଭିଭାବକ ଥିଲେ ଏବଂ ରହିବେ। ଭବିଷ୍ୟତରେ ମଧ୍ୟ ପାର୍ଟି ତାଙ୍କ ଅଭିଜ୍ଞତା ଏବଂ ସେବାର ଆବଶ୍ୟକ ପଡିବ।
କହିରଖୁ ଯେ, ରାମ ନିବାସ ଗୋଏଲ ଶାହଦରାରୁ ଆମ୍‌ ଆଦମୀ ପାର୍ଟି ବିଧାୟକ ଅଟନ୍ତି। ସେ ଫେବ୍ରୁଆରୀ ୨୦୧୫ରୁ ଲଗାତର ଦିଲ୍ଲୀ ବିଧାନସଭାର ବାଚସ୍ପତି ଅଛନ୍ତି।

ad-week
Leave A Reply

Your email address will not be published.