ପୁଷ୍ପା-୨ ପ୍ରିମିୟର୍‌ ବେଳେ ଦଳାଚକଟା, ଜଣେ ମୃତ

add-all

ହାଇଦ୍ରାବାଦ : ପୁଷ୍ପା-୨ ରିଲିଜରେ ବଡ଼ ଅଘଟଣ। ଦଳାଚକଟାରେ ଚାଲିଗଲା ଫ୍ୟାନଙ୍କ ଜୀବନ। ହାଇଦ୍ରାବାଦ୍‌ରେ ଗତକାଲି ରାତିରେ ପୁଷ୍ପା-୨ ପ୍ରିମିୟର୍ ଶୋ’ ହୋଇଥିଲା। ଏଥିରେ ପୁଷ୍ପା ଅର୍ଥାତ ଅଲ୍ଳୁ ଅର୍ଜୁନ୍ ଓ ରଶ୍ମିକା ମନ୍ଦନା ସାମିଲ ହୋଇଥିଲେ।
ତାଙ୍କୁ ଦେଖିବାକୁ ଏଠାରେ ବହୁ ସଂଖ୍ୟାର ପ୍ରଶଂସକ ଭିଡ଼ ଜମିଥିଲା। ଅଭିନେତାଙ୍କ ଗୋଟିଏ ଝଲକ ପାଇବା ପାଇଁ ଲୋକଙ୍କ ମଧ୍ୟରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଗତକାଲି ସନ୍ଧ୍ୟାରେ RTC କ୍ରସ୍ ରୋଡରେ ଥିବା ଥିଏଟର୍ ବାହାରେ ଧସ୍ତାଧସ୍ତି ପରିସ୍ଥିତି ବି ଉପୁଜିଥିଲା। ତେବେ ଏଥିରେ ଜଣେ ୩୯ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲାଠି ଚାର୍ଜ ମଧ୍ୟ କରିଥିଲା।
ସେହିପରି ଦଳାଚକଟାରେ ଅନେକ ଆହତ ମଧ୍ୟ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ଅଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ମହିଳା ଜଣକ ହାଇଦ୍ରାବ ଦିଲସୁଖନଗରର ରେବତୀ ବୋଲି ଜଣାପଡିଛି।
ସୂଚନା ମୁତାବକ, ପୁଷ୍ପା-୨ ପ୍ରିମିୟର ଶୋ’ ଦେଖିବା ପାଇଁ ରେବତୀ ତାଙ୍କ ସ୍ୱାମୀ ଭାସ୍କର ଓ ଦୁଇ ପିଲାଙ୍କୁ ନେଇ ଆସିଥିଲେ। ଏହି ସମୟରେ ଥିଏଟର ବାହାରେ ପ୍ରବଳ ଭିଡ ଜମିଥିଲା। ଲୋକେ ଫିଲ୍ମ ହଲ୍‌ର ଗେଟ୍‌ ଭାଙ୍ଗି ଦେଇଥିଲେ। ପ୍ରବଳ ଉତ୍ତେଜନା ଭିତରେ ରେବତୀ ଓ ତାଙ୍କ ପୁଅ ଚେତାଶୂନ୍ୟ ହୋଇପଡିଥିଲେ।
ଏହାପରେ ଉଭୟଙ୍କୁ ଚିକିତ୍ସା ପାଇଁ ଦୁର୍ଗା ବାଇ ଦେଶମୁଖ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ରେବତୀଙ୍କୁ ମୃତ ଘୋଷଣା କରିଛନ୍ତି। ସେପଟେ ଘଟଣାକୁ ନେଇ ତଦନ୍ତ ଜାରି ରହିଛି।

ad-week
Leave A Reply

Your email address will not be published.