ଆସନ୍ତାକାଲି ଓଡ଼ିଶାର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବିଜେପି

add-all

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶାର  ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବିଜେପି। ଏଣେ ୯ ତାରିଖରେ ଦଳର ରାଜ୍ୟସଭା ପ୍ରାର୍ଥୀ ନାମାଙ୍କନ ଭରିବେ। ଏନେଇ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି। ତେଣେ ସେ ରାଜ୍ୟସଭା ରେସରେ ନାହାନ୍ତି ବୋଲି ସ୍ପଷ୍ଟ ଭାବେ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଏଭଳି ଅଯଥା ଚର୍ଚ୍ଚାର କୌଣସି ମୂଲ୍ୟ ନାହିଁ।  

ଉଲ୍ଲେଖଯୋଗ୍ୟ, ରାଜ୍ୟସଭା ସାଂସଦ ସୁଜିତ କୁମାର ଇସ୍ତଫା ଦେବାପରେ ଖାଲି ପଡ଼ିଥିବା ରାଜ୍ୟସଭା ପଦ ପାଇଁ ଆସନ୍ତା ଡିସେମ୍ବର ୧୦ ତାରିଖରେ ଏହି ଉପନିର୍ବାଚନ ହେବ। ଆଗରୁ ନିର୍ବାଚନ କମିସନ ଏହାର ଘୋଷଣା କରିଥିଲେ।
ଶ୍ରୀ କୁମାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ। ଏଥିଲାଗି ରାଜ୍ୟସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ତାପରେ ସେ ପଦ୍ମ ଧରିଥିଲେ। 
ରାଜ୍ୟସଭା ଉପନିର୍ବାଚନ ବିଜ୍ଞପ୍ତି ଅନୁଯାୟୀ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ୧୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ।  ଡିସେମ୍ବର ୧୩ ତାରିଖ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ୨୦ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଅପରାହ୍ଣ ୫ଟାରେ ଭୋଟଗଣିତ ହେବ। 

ad-week
Leave A Reply

Your email address will not be published.